ରାୟଗଡା ଜିଲ୍ଳାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ

ଜଳର ସୁବିନିଯୋଗକୁ ନେଇ ଚାଷୀଙ୍କୁ ସଚେତନତା କରିବା ପକ୍ଷ ପାଳନର ଲକ୍ଷ୍ୟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଜଳ ସଂପଦ ବିଭାଗ ଓଡିଶା ଅଧିନସ୍ଥ ରାୟଗଡା ଜିଲ୍ଳା କ୍ଷୁଦ୍ର ଜଳସେଚନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକାଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଜିଲ୍ଳାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନର ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ଫେବୃଆରୀ ୧ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଏହି ପାଣି ପଂଚାୟତ ପକ୍ଷ ପ୍ରାରମ୍ଭରେ ୧ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଉପଖଣ୍ଡସ୍ତରୀୟ ଏବଂ ୮ରୁ ୧୪ତାରିଖ ପର୍ଯ୍ୟନ୍ତ ଜିଲ୍ଳାସ୍ତରୀୟ ଏବଂ ୧୫ତାରିଖରେ ଭୁବନେଶ୍ୱର ଠାର ରାଜ୍ୟସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ରାୟଗଡା କ୍ଷୁଦ୍ର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶାନ୍ତୁନୁ କୁମାର ବିଶ୍ୱାଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଣି ପଂଚାୟତ ଗଠନର ମୂଳ ଉଦ୍ଦେଶ୍ୟ ଏବଂ ଚାଷୀମାନେ ନିଜ ଚାଷ ଜମିରେ ଜଳ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଅଳ୍ପ ପାଣିରେ ମଧ୍ୟ କିପରି ଅଧିକ ଫସଲ ଉତ୍ପାଦିତ କରିପାରିବେ ଓ ଜଣେ ଜଣେ ସଫଳ ଚାଷୀ ଭାବେ ପରିଗଣିତ ହେବା ସହ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାରେ ମିଳୁଥିବା ସହାୟତାକୁ ଚାଷ କାମରେ ବିନିଯୋଗ କରିପାରିବେ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ପରିଷଦ ଉନ୍ନୟନ ମୁଖ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ,ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ଦାଶ,ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଡା.ଦୟାନିଧି ବାଗ,ହରଭଙ୍ଗା ଜଳ ସେଚନର ଅଧୀକ୍ଷଣ ଯନ୍ତ୍ରୀଙ୍କ ସମେତ ଜିଲ୍ଳାର ବିଭିନ୍ନ ପାଣି ପଂଚାୟତର ସଭାପତି, ସଂପାଦକ, ଚାଷୀଭାଇମାନେ ଉପସ୍ଥିତ ରହିଥିଲେ । ଜମିରେ ଜଳ ସେଚନ ବ୍ୟବସ୍ଥାର ପରିଚାଳନା ଏବଂ ଭିତିଭୂମି ରକ୍ଷାଣବେକ୍ଷଣରେ ପାଣି ପଂଚାୟତ କମିଟିର ଅଂଶଗ୍ରହଣ ସହ ସୁରକ୍ଷିତ ତଥା ସମାନୁପାତିକ ଭାବେ ସମସ୍ତ ଚାଷୀଙ୍କୁ ଜଳ ବଂଟନ, ଜଳ ବଜେଟ୍‌, ଫସଲ ଖସଡା ପ୍ରସ୍ତୁତିରେ ଚାଷୀଙ୍କର ଅଂଶଗ୍ରହଣ ଓ ମାଲିକାନା ମନୋଭାବ ସୃଷ୍ଟି କରିବା ଏବଂ ସମସ୍ତ ସେଚାଂଚଳରେ ମିତବ୍ୟୟ ଜଳ ବ୍ୟବହାର, ନାନାବିଧି ଫସଲ ଚାଷ ତଥା ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ୱାରୋପ କରିବା ପାଣି ପଂଚାୟତର ମୂଳ ଲକ୍ଷ୍ୟ ବୋଲି ବିଭାଗୀୟ ଅଧିକାରୀ ତଥା ଅତିଥିମାନେ ନିଜ ନିଜ ମତ ପ୍ରକାଶ କରିଥିଲେ । ବିଶେଷ କରି କୃଷି ଓ ଆନୁସଙ୍ଗିକ କାର୍ଯ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ପାଣି ପଂଚାୟତର ଗଠନ ଏବଂ ପାଣି ପଂଚାୟତର ସାଙ୍ଗଠନିକ ବ୍ୟବସ୍ଥା ଓ ପାଣି ପଂଚାୟତର ବିବିଧ କାର୍ଯ୍ୟାବଳୀ ସହ ପାଣି ପଂଚାୟତ ସଶକ୍ତିକ୍ରଣ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଉପସ୍ଥିତ ସମସ୍ତଙ୍କୁ ଆଲୋକପାତ କରାଯାଇଥିଲା । ରାୟଗଡା ଜିଲ୍ଳାରେ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିନରେ ୯୪ଗୋଟି ପାଣି ପଂଚାୟତ ଗଠନ ହୋଇଥିବା ବେଳେ ଏଥି ମଧ୍ୟରୁ ୮୯ଟି କାର୍ଯ୍ୟକାରୀ ହେଉଛି ଏବଂ ଅନ୍ୟ ୫ଟି ବର୍ତମାନ ସୁଦ୍ଧା କୈାଣସି କାରଣରୁ ଗଠନ ହୋଇ ପାରି ନ ଥିବା ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ବିଶ୍ୱାଳ ସୂଚନା ପ୍ରଦାନ କରିଛନ୍ତି । ବର୍ତମାନ ଜିଲ୍ଳାରେ ଭୂତଳ ପାଇପ ଲାଇନ ସେଚ ବ୍ୟବସ୍ଥା ସହ ଅନ୍ୟାନ୍ୟ ଯୋଜନାଗୁଡିକ ଉପରେ ପାୱାର ପଂଏଟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସେହିପରି ଚାଷୀଙ୍କୁ ସଚେତନ କରାଯିବା ପାଇଁ ୪ଗୋଟି ସଚେତନତା ଷ୍ଟଲଗୁଡିକ ଖୋଲାଯାଇଥିଲା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.