ତେଲ ଟାଙ୍କି ସଫା କରୁଥିବା ବେଳେ ୭ ମୃତ

ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ: ଘରୋଇ କାରଖାନାରେ ତେଲ ଟାଙ୍କି ସଫା କରୁଥିବା ବେଳେ ଅଣନିଶ୍ୱାସୀ ହୋଇ ୭ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଆନ୍ଧ୍ରପ୍ରଦେଶର କାକିନଡ଼ା ଜିଲ୍ଲା ରାଗମପେଟ ପେଦ୍ଦାପୁରମରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି। ଅମ୍ବାତି ସୁବ୍ବନ୍ନା ତେଲ କାରଖାନାରେ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ପୁଲିସର ସୂଚନା ଅନୁସାରେ, ସକାଳ ୮ଟାରେ ଦୁଇ ଜଣ ଶ୍ରମିକ ଅମ୍ବାତି ସୁବ୍ବନ୍ନା ତେଲ କାରଖାନାରେ ୨୫ ଫୁଟ୍ ଉଚ୍ଚାରେ ତେଲ ଟାଙ୍କି ସଫା କରୁଥିଲେ। ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ଗୋଡ଼ ଶିଢ଼ିରେ ଖସିଯିବାରୁ ସେ ଟାଙ୍କି ଭିତରକୁ ଖସିପଡ଼ିଥିଲେ। ଅନ୍ୟ ୭ ଜଣ ତାଙ୍କୁ ବଞ୍ଚାଇବାକୁ ଯାଇ ଟାଙ୍କି ଭିତରକୁ ଡେଇଁ ପଡ଼ିଥିଲେ। ହେଲେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ୭ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ଜଣେ ଶ୍ରମିକଙ୍କୁ ଜୀବୀତ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମୃତ ୭ ଜଣଙ୍କ ମଧ୍ୟରୁ ପାଦେରୁ ଅଞ୍ଚଳରୁ ୫ ଶ୍ରମିକ ରହିଥିବା ବେଳେ ପିଦ୍ଦାପୁରମରୁ ୨ ଶ୍ରମିକ ରହିଛନ୍ତି। ଏହି ଘଟଣାରେ ମାମଲାରେ ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଇତିମଧ୍ୟରେ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମନ୍ତ୍ରୀ ତାନେତି ବାଣୀତା। ମୃତକଙ୍କ ପରିବାରକୁ ସମବେଦନ ଜଣାଇବା ସହ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ବରିଷ୍ଠ ପୁଲିସ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ମୃତକଙ୍କ ପରିବାରକୁ କ୍ଷୟକ୍ଷତି ନେଇ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.