ଆମୀରଙ୍କୁ କଟାକ୍ଷ କରି ଟ୍ୱିଟ୍‌ କଲେ କଙ୍ଗନା, କହିଲେ ବିଚରା…ଆମୀର

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡର ବିବାଦୀୟ କୁଇନ୍‌ କଙ୍ଗନା ରାନାଓ୍ବାତ  । ସୋଶିଆଲ ମିଡିଆରେ ସବୁବେଳେ ବିବାଦ ଘେରରେ ରହୁଥିବା କଙ୍ଗନା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କଙ୍ଗନା ମୁହଁ ଖୋଲି କିଛି କହି ନଥିବା ବେଳେ ତାଙ୍କ ଟ୍ୱିଟ୍‌ ଚର୍ଚ୍ଚାରେ ରହିଛି  । ସେ ଟ୍ବିଟ୍‌ କରି ଆମୀରଙ୍କ ଉପରେ ବର୍ଷିଛନ୍ତି।ଯାହା ସୋଶିଆଲ ମିଡିଆରେ ଘୂରି ବୁଲୁଛି  । କଙ୍ଗନା ଆମୀର ଖାନ୍‌ଙ୍କୁ ନେଇ କରିଥିବା ଏହି କଟାକ୍ଷ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଏକ ସୋରେ ଆମୀର ଖାନଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା। ଲେଖକ ଶୋଭା ଦେ’ଙ୍କ ଭୂମିକା ପାଇଁ କିଏ ସବୁଠାରୁ ଭଲ ଅଭିନେତ୍ରୀ? ଏହାର ଜବାବରେ ଆମୀର ଖାନ କହିଥିଲେ, ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଏବଂ ଆଲିଆ ଭଟ୍ଟ ବୋଲି ଯେତେବେଳେ ଶୋଭା ଦେ’ ଆମୀର ଖାନଙ୍କୁ ଅଟକାଇ କହିଥିଲେ ଯେ ଆପଣ ଜଣେ ଅଭିନେତ୍ରୀଙ୍କ ନାଁ ଭୁଲିଯାଉଛନ୍ତି। ତାହା ହେଉଛି କଙ୍ଗନା ରାଣାୱତ। ଶୋଭା ଦେ’ ମନେପକାଇବା ପରେ ଆମୀର କଙ୍ଗନାଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, ‘ହଁ, କଙ୍ଗନା ମଧ୍ୟ ଏହି ଭୂମିକାରେ ଭଲ ଭାବେ ଅଭିନୟ କରିପାରିବେ।’ ତେବେ ଆମିରଙ୍କ ଏହି କଥାକୁ କଙ୍ଗନା ହଜମ କରି ପାରିନାହାନ୍ତି । ଟ୍ୱିଟ୍‌ କରି ଏହାର ଜବାବ ଦେବାକୁ ଯାଇ ଆମୀରଙ୍କ ସେହି ସମୟର ଭିଡିଓକୁ ଟ୍ୱିଟ୍‌ କରି କହିଛନ୍ତି ବିଚାରା । ତାଙ୍କ ନାଁ ନ ନେବାକୁ ଆମିର ଯେତେ ଚେଷ୍ଟା କଲେ ବି ପାରିଲେ ନାହିଁ । ସେ ବୋଧହୁଏ ଭୁଲିଯାଇଥିଲେ, ଯେ ମୁଁ ହେଉଛି ସେହି ଅଭିନେତ୍ରୀ ଯିଏ ୩ ଥର ରାଷ୍ଟ୍ରୀୟ ପୁରସ୍କାର ବିଜୟିନି ହୋଇଛି । ହେଲେ ଆପଣ ଯେଉଁ ଅଭିନେତ୍ରୀଙ୍କ ନାଁ ନେଇଛନ୍ତି ସେମାନଙ୍କ ମଧ୍ୟରୁ କେହି ଏହି ପୁରସ୍କାର ପାଇ ନାହାନ୍ତି । ଧନ୍ୟବାଦ @DeShobhaa ji ମୁଁ ଆପଣଙ୍କ ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରିବି।

Omkar Vasthu
Omkar Vasthu

ଆଉ ଏକ ଟ୍ୱିଟ୍‌ କରି କଙ୍ଗନା କହିଛନ୍ତି, ଶୋଭା ଦେଙ୍କୁ ପ୍ରଶଂସା କରିଛନ୍ତି । କଙ୍ଗନା କହିଛନ୍ତି ମୋ ପରିଶ୍ରମର ମୂଲ୍ୟ ବୁଝିଛନ୍ତି ଓ ପରଖିଛନ୍ତି ଶୋଭା ଦେ । କହିଛନ୍ତି ମୋର ରାଜନୈତିକ ଦୃଷ୍ଟିକୋଣ ମେଳ ନ ହୋଇପାରେ, କିନ୍ତୁ ସେ ମୋର କାମ, ପରିଶ୍ରମ ଏବଂ ନିଷ୍ଠାକୁ ପ୍ରଶଂସା କରିବା ଭୁଲନ୍ତି ନାହିଁ ଶୋଭା ଦେ । ଏଥିସହ ଶେଭା ଦେଙ୍କ ନୂଆ ପୁସ୍ତକ ପାଇଁ ଶୁଭକାମନା ଜଣାଇଛନ୍ତି କଙ୍ଗନା । ତେବେ କଙ୍ଗନାଙ୍କ ଏପରି ମନ୍ତବ୍ୟକୁ ନେଇ ଆମୀର କୌଣସି ଜବାବ ଏଯାଏଁ ଦେଇ ନାହାନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.