ଅଦାଲତ ଅବମାନନାରେ ସୁପ୍ରିମ କୋର୍ଟ କ୍ଷୁବ୍ଧ: ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲାରେ ଖଣ୍ଡପୀଠ କହିଲେ ଅସହିଷ୍ଣୁ ଶବ୍ଦ ପରି ଭାଷା ବ୍ୟବହାର କରିବାକୁ କୋର୍ଟକୁ ବାଧ୍ୟ କର ନାହିଁ 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏକ ଜନ ଶୁଣାଣି ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଲୟ ଡବ୍ଲୁ.ପି (ସି) ୧୩୨; ୨୦୧୬ ତା: ୨୮/୧୦/୨୦୨୧ ରେ ଏକ ରାୟ ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ସରକାରୀ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୁଃଖର ବିଷୟ ସରକାର ଏପର୍ଯ୍ୟନ୍ତ କୌଣସି ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି କଲେ ନାହିଁ। ପୁନଶ୍ଚ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ୨୧.୦୭.୨୦୨୨ ତାରିଖ ଦିନ ଏହି କେସର ଶୁଣାଣି କରି ଆଦେଶ କଲେ ଯେ,ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ ଓ ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସ୍ଥିର କରିଛନ୍ତି ଏବଂ ଯଦି ଗୋଟିଏ ବିଦ୍ୟାଳୟରେ ଗୋଟିଏ ବି ଭିନ୍ନକ୍ଷମ ପିଲା ଅଛି ସେଠି ଜଣେ ସ୍ୱତନ୍ତ୍ର ଶିକ୍ଷକ ବାଧ୍ୟତାମୂଳକ ।

Omkar Vasthu
Omkar Vasthu

କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ମଧ୍ୟ ନିଃଶୁଳ୍କ ଓ ବାଧ୍ୟତାମୂଳକ ଶିଶୁ ଶିକ୍ଷା ଅଧିକାର ଅଧିନିୟମ ୨୦୦୯ (ଆରଟିଇ ଆକ୍ଟ ୨୦୦୯) ଆଇନ ସଂଶୋଧନ କରାଯାଇଛି ।
ଏହି ଆଇନ ଅନୁଯାୟୀ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୦ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀରେ ଏକ ସ୍ବତନ୍ତ୍ର ଶିକ୍ଷକ ଓ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ୧୫ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀରେ ଏକ ସ୍ବତନ୍ତ୍ର ଶିକ୍ଷକର ଅନୁପାତ ରହିବ ବାଧ୍ୟତାମୂଳକ କରାଯାଇଛି । ଗୋଟିଏ ସ୍କୁଲରେ ସର୍ବ ନିମ୍ନ ଜଣେ ସ୍ୱତନ୍ତ୍ର ଶିକ୍ଷକ ରହିବା ବାଧ୍ୟତାମୂଳକ ଅଟେ ତଥାପି ସରକାର ନିଯୁକ୍ତି ପକ୍ରିୟାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହି।ଯାହା ଦ୍ଵାରା ୨୫ ଅଗଷ୍ଟ ୨୦୨୨ ରେ କଣ୍ଟେପ୍ଟ ପିଟିସନ୍ (ସିଭିବ୍) ୫୯୧/୨୦୨୨ ପିଟିସନ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna

ଆଜି ସର୍ବୋଚ୍ଚ ନ୍ୟାୟଳୟର ମାନ୍ୟବର ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ରାଜେଶ କୁମାରଙ୍କ ଖଣ୍ଡପୀଠ ଉପରୋକ୍ତ ଅଦାଲତ ଅବମାନନା କେସର ୨୫ ମିନିଟ ଶୁଣାଣି କରି ବହୁତ୍ କ୍ଷୁବ୍ଧ ପ୍ରକାଶ କରିଥିଲେ । ଓ ସବୁ ରାଜ୍ୟ ବିଶେଷ ଆବଶ୍ୟକତା ରଖୁଥିବା ପିଲାମାନଙ୍କର ସଂଖ୍ୟା ,ପଞ୍ଜୀକୃତ ସ୍ୱତନ୍ତ୍ର ଶିକ୍ଷକଙ୍କ ସଂଖ୍ୟା ,ଖାଲି ପଡ଼ିଥିବା ପଦବୀ ସଂଖ୍ୟା, ଚୁକ୍ତିଭିତ୍ତିକ ଶିକ୍ଷକ ଏବଂ ପ୍ରକୃତରେ କାର୍ଯ୍ୟ କରୁଥିବା ଅସ୍ଥାୟୀ ଶିକ୍ଷକ ସଂଖ୍ୟା / ସ୍ୱତନ୍ତ୍ର ଶିକ୍ଷକଙ୍କ ସଂଖ୍ୟା , ନିର୍ଦ୍ଧାରିତ ସମୟ ସୀମା ଅନୁଯାଇ ପଦବୀ ପୂରଣ ଏବଂ ୨୮ ଅକ୍ଟୋବର ୨୦୨୧ ଏବଂ ୦୨ ମଇ ୨୦୨୨ ତାରିଖରେ ନିର୍ଦ୍ଦେଶ ଅନୁଯାୟୀ ପଦବୀ ପୂରଣ କରିବାକୁ ପ୍ରସ୍ତାବକୁ ଦୁଇ ସପ୍ତାହ ଭିତରେ ପ୍ରସ୍ତୁତ କରି ଆଫିଡେଭିଟ୍ ଜମା କରିବାକୁ କହିଛନ୍ତି।

Udyog Nursery
Udyogi Nursery

ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷାର ବିକାଶ ପାଇଁ ସର୍ବଦା ଚ଼େଷ୍ଟିତ ସଂଘ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ (ଓଏସ୍ଇଏଫଡ଼ି) ପକ୍ଷରୁ ଦାବି କରାଯାଇଛି ଯେ ଯଦି ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟଙ୍କ ଆଦେଶକୁ ଅନୁପାଳନ କରାଗଲେ ଓଡ଼ିଶାର ପ୍ରାୟ ଛଅ ହଜାର ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇ ଉପକୃତ ହେବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.