ଥୁଆପଦରଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ବିକ୍ଷୋଭ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରକୁ ମୁଣ୍ଡ ପିଛା ୫ କେଜି ଚାଉଳ ଯୋଗାଣରୁ ବଞ୍ଚିତ କରିଥିବା କେନ୍ଦ୍ର ସରକାରଙ୍କ ନିଷ୍ପତି ବିରୋଧରେ ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ଦିବସୀୟ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜୁ ଜନତା ଦଳ। ଏଥିରେ ଭବାନୀପାଟଣା ଜିଲ୍ଲା ପରିଷଦ ଜୋନ୍-୨ ର ସଭ୍ୟ ଦୟାନିଧି ନାଏକ, ସରପଞ୍ଚ ଦିଗାମ୍ବର ଲୁହା, ବ୍ଲକ ଛାତ୍ର ସଭାପତି ଅରବିନ୍ଦ ସାହୁ, ପଞ୍ଚାୟତ ସଭାପତି ଶ୍ରୀକାନ୍ତ ବଣିଆ, ନିତ୍ୟାନନ୍ଦ ଭାଟି, ଟିକେଶ୍ୱର ନାଏକ, ସୁଭାଷ ବେମାଲ, ସରୋଜ ସାହୁ, କୈଳାସ ସୁନା, ଭବାନୀ ମଙ୍ଗରାଜ, ମୁକେଶ ମହାନନ୍ଦ ଓ ବିଜୁ ଜନତା ଦଳ ବହୁତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.