ଉଚ୍ଛଳା ପିଏଚସି ଆନୁକୁଲ୍ୟରେ ସୁସ୍ଥ ମନ ସୁସ୍ଥ ଘର କାର୍ଯ୍ୟକ୍ରମ ଅବସରରେ ବିଶାଳ ସାଇକେଲ ଶୋଭାଯାତ୍ରା 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଉଚ୍ଛଳା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏବଂ ରେଙ୍ଗାଲପାଲି ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ଆନୁକୁଲ୍ୟରେ “ସୁସ୍ଥ ମନ ସୁସ୍ଥ ଘର” କାର୍ଯ୍ୟକ୍ରମ ଜରିଆରେ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ଆୟୁଷ ଡାକ୍ତର ମନୋରଞ୍ଜନ ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମ ପରମାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମୁଣ୍ଡ ଯୋଗ ଦେଇ ଶୋଭାଯାତ୍ରା ଟିକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଶୋଭାଯାତ୍ରାରେ ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ସୁରେନ୍ଦ୍ର ନାୟକ, ଲକ୍ଷ୍ମଣ ନାୟକ, ଅନ୍ୟ ଶିକ୍ଷକ ତଥା ଛାତ୍ରଛାତ୍ରୀ ମାନେ ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ଠାରୁ ସାଇକେଲ ଶୋଭାଯାତ୍ରାରେ ବାହାରି ରେଙ୍ଗାଲପାଲି ବଜାର ପଡିଆରେ ଶେଷ ହୋଇଥିଲା। ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ସୁସ୍ଥ ମନ ସୁସ୍ଥ ଘର ବଷୟରେ ବିଭିନ୍ନ ସ୍ଳୋଗାନ ଦେଇ ରେଙ୍ଗାଲପାଲି ଗ୍ରାମ ପରିକ୍ରମା କରିବା ସହିତ ଲୋକମାନଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.