ରେଳବାଇ ଶ୍ରମିକ ୟୁନିଅନର ହସ୍ତାକ୍ଷର ଅଭିଯାନ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ଼ ରେଳ ଷ୍ଟେସନରେ ସମ୍ବଲପୁର ଡିଭିଜନ ଅଧୀନରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ବିଭିନ୍ନ ଦାବୀ ନେଇ ଟିଟିଲାଗଡ଼ ଶ୍ରମିକ ୟୁନିଅନ ତରଫରୁ ସହ ସମ୍ପାଦକ ମନୋଜ କୁମାରଙ୍କ ନେତୃତ୍ୱରେ ରେଳଷ୍ଟେସନ ଓ ରେଳବାଇ କଲୋନୀରେ ହସ୍ତାକ୍ଷର ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ହସ୍ତାକ୍ଷର ଅଭିଯାନର ମୂଳ ଉଦ୍ଦେଶ୍ୟ ନୂଆ ପେନସନ ଯୋଜନାକୁ ଉଚ୍ଛେଦ କରି ପୁରୁଣା ପେନସନ ଯୋଜନା ଲାଗୁ କରିବା। ନୂଆ ପେନସନ ଯୋଜନାରେ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ମୟ ହେଉଛି। କାରଣ ଏହି ଯୋଜନାର ଅର୍ଥରାଶି ଶେୟର ବଜାର ଉପରେ ନିର୍ଭର କରୁଥିବା ବେଳେ ସେୟାର ବଜାରର ସ୍ଥିତି ବିଶେଷ ଭଲ ରହୁନି। ଆଉ କର୍ମଚାରୀ ଅବସର ଗ୍ରହଣ କରିବା ପରେ ନୂଆ ପେନସନ ରାଶି ପରିବାର ପ୍ରତିପୋଷଣ କଲାଭଳି ଆଖିଦୃଶିଆ ହୋଇପାରିନି। ମୋଟାମୋଟି ଭାବରେ କହିବାକୁ ଗଲେ ବୃଦ୍ଧବସ୍ଥାରେ ଏହା କାମକୁ ଆସୁନି। ଏଣୁ ନୂଆ ପେନସନ ଯୋଜନା ଉପରେ ସମସ୍ତ ରେଳବାଇ କର୍ମଚାରୀ ଅସନ୍ତୋଷ ରହୁଛନ୍ତି। ଏଣୁ କର୍ମଚାରୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୟୁନିଅନ ତରଫରୁ ଦସ୍ତଖତ ଅଭିଯାନ କରାଯାଇ ଦସ୍ତଖତ ସମ୍ବଳିତ ଦାବୀକୁ ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ପ୍ରେରଣ କରାଯାଇ ପୂରୁଣା ପେନସନ ଯୋଜନାକୁ ପୁନଃ ଲାଗୁ କରାଯାଉ ଦାବୀ ରହିବ ବୋଲି ଟିଟିଲାଗଡ଼ ରେଳବାଇ ଶ୍ରମିକ ୟୁନିଅନର ସହ ସମ୍ପାଦକ ମନୋଜ କୁମାର ସୂଚନା ଦେଇଛନ୍ତି। ନର୍ଲାରୋଡ଼ ଷ୍ଟେସନ କର୍ମଚାରୀଙ୍କ ହସ୍ତାକ୍ଷର ଅଭିଯାନରେ ଅଶୋକ କୁମାର ସାସମଲ, କ୍ଷୀରୋଦ କୁମାର ପାଣ୍ଡେ, ରଞ୍ଜିତ ଭୂୟାଁ, ଷ୍ଟେସନ ମାଷ୍ଟର ରଶ୍ମିକାନ୍ତ ବେହେରା, ଦେବେନ୍ଦ୍ର ରାଉତ, ଶ୍ରୀ ମେହେର, ବ୍ରହ୍ମଚାରୀ ଜୁଆଡ଼, କାନ୍ତ ଖର୍ସେଲ ପ୍ରମୁଖ  ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.