ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ରେଲୱେ ପ୍ଲାଟଫର୍ମରେ ସର୍ଗିଗୁଡାର ରାଧାକୃଷ୍ଣ ସ୍ୱୟଂ ସହାୟକ ଗୋଷ୍ଠି ଏକ ବ୍ୟବସାୟୀକ ଷ୍ଟଲ ଖୋଲିଛନ୍ତି। କେନ୍ଦ୍ର ସରକାରଙ୍କ ମହିଳା ସଶକ୍ତିକରଣ ନିତୀରେ “ଏକ ଷ୍ଟଲ ଏକ ଉତ୍ପାଦ” ଅନୁଯାୟୀ ଏହି ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଏଥିରେ ନିଜେ ଉତ୍ପାଦନ ବା ତିଆରି କରୁଥିବା ଖାଦ୍ୟ ପଦାର୍ଥ ସୁଲଭ ମୁଲ୍ୟରେ ବିକ୍ରୟ କରିବେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ରେଳବାଇ ବିଭାଗ ତରଫରୁ ଏକ ବିପ୍ପଣି ଷ୍ଟଲ ଯୋଗାଇ ଦିଆଯାଇଥିବା ବେଳେ ବିଜୁଳି ସହ ମାସକୁ ୨,୦୦୦ ଟଙ୍କା ହିସାବରେ ଏହାର ଭଡା ରହିଥିବା ଜଣାପଡିଛି। ସର୍ଗିଗୁଡା ସରପଞ୍ଚଙ୍କ ପ୍ରତିନିଧି ଯୁବନେତା ବିଜୟ କୁମାର ବୁଦ୍ଧିଆ ଏହାର ଶୁଭ ଉଦ୍ଘାଟନ କରିଛନ୍ତି। ରାଧାକୃଷ୍ଣ ସ୍ୱୟଂ ସହାୟକ ଗୋଷ୍ଠିର ସଭାନେତ୍ରୀ ପାର୍ବତୀ ଦହଲ ଓ ସମ୍ପାଦିକା ପ୍ରତିମା ମାଝୀଙ୍କ ନେତୃତ୍ୱରେ ଗୋଷ୍ଠିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନର୍ଲାରୋଡ ଷ୍ଟେସନ ଅଧିକ୍ଷକ ରଶ୍ମୀକାନ୍ତ ବେହେରା, ଏସଟିବିଏସ ବିନୋଦ କୁମାର ମାଝୀ, ଷ୍ଟେସନ କର୍ମଚାରୀ ମନୋଜ କୁମାର, ଟିପି କାନ୍ତ ଖର୍ସେଲ, ଅନ୍ୟାନ୍ୟ କର୍ମଚାରୀ ଓ ଅନେକ ଯାତ୍ରୀ ଉପସ୍ଥିତ ଥିଲେ। ନର୍ଲାରୋଡ ରାଧାକୃଣ୍ଣ ସ୍ୱୟଂ ସହାୟକ ଗୋଷ୍ଠିର ଏଭଳି ପଦକ୍ଷେପକୁ ସାଧାରଣରେ ଭୂୟସୀ ପ୍ରସଂଶା କରାଯାଇଛି।