ଥାନା ଉପରେ ଆତଙ୍କବାଦୀ ଆକ୍ରମଣ, ୭ ମୃତ

ଓଡ଼ିଆ ବାର୍ତ୍ତା/ ଇସଲାମାବାଦ: ଆତଙ୍କବାଦୀମାନେ ପାକିସ୍ତାନର କରାଚିରେ ଥିବା ପୁଲିସ ମୁଖ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ମୋଟ୍ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ସାଧାରଣ ଲୋକ, ପୋଲିସ କର୍ମଚାରୀଙ୍କ ସମେତ ତିନି ଆତଙ୍କବାଦୀ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି। ରାତି ପ୍ରାୟ ୧୦ଟା ୩୫ ବେଳକୁ ପୁଲିସ ଓ ସୁରକ୍ଷା ବାହିନୀ ପୁଲିସ ମୁଖ୍ୟାଳୟକୁ ଆତଙ୍କବାଦୀଙ୍କ କବଳରୁ ଉଦ୍ଧାର କରିଥିଲେ ବୋଲି ସୂଚନା ରହିିଛି। ସିନ୍ଧ ସରକାରର ମୁଖପାତ୍ର ମୁର୍ତାଜା ବହାବ ଜିୟୋ ନ୍ୟୁଜକୁ ଫୋନରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଆତଙ୍କବାଦୀମାନେ ଏକ ଟୟୋଟା କୋରୋଲା କାରରେ ଆସି ଆକ୍ରମଣ କରିଥିଲେ। ତିନି ଆତଙ୍କବାଦୀକୁ ପୋଲିସ ଏନକାଉଣ୍ଟର କରି ପ୍ରତିଶୋଧ ନେଇଛି। କରାଚି ପୁଲିସ ମୁଖ୍ୟାଳୟକୁ ଆତଙ୍କବାଦୀଙ୍କ କବଳରୁ ଉଦ୍ଧାର କରାଯାଇଛି।ଏହି ଅପରେସନର ନେତୃତ୍ୱ ନେଉଥିବା ଅନ୍ୟତମ ବରିଷ୍ଠ ଅଧିକାରୀ ଡିଆଇଜି ପୂର୍ବୀ ମୁକାଦାସ ହାଇଦର ପାକିସ୍ତାନୀ ଗଣମାଧ୍ୟମକୁ କହିଛନ୍ତି ଯେ, ମୋଟ ତିନି ଜଣ ଆତଙ୍କବାଦୀ ଏକ ଟୟୋଟା କରୋଲା କାରରେ କରାଚି ପୋଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ବିଲ୍ଡିଂର ଚତୁର୍ଥ ମହଲାରେ ଉଡାଇ ଦେଇଥିବା ବେଳେ ଅନ୍ୟ ଦୁଇଜଣ ଆତଙ୍କବାଦୀ ଛାତ ଉପରେ ସେନାର ଗୁଳିରେ ପ୍ରାଣ ହରାଇଛନ୍ତି।ପୁଲିସ କହିଛି ଯେ ଶୁକ୍ରବାର ସଂଧ୍ୟା ପ୍ରାୟ ୭ଟା ୧୫ରେ ପାକିସ୍ତାନ ବାୟୁସେନାର ଫୈଜଲ ବେସ୍ ସମେତ ଅନେକ ଷ୍ଟ୍ରାଟେଜିକ୍ ପ୍ରତିଷ୍ଠାନ ସହ କରାଚିର ମୁଖ୍ୟ ରାସ୍ତା ଶରିୟା ଫୈଜଲ ଉପରେ ଗୁଳି ଚାଳନା ହୋଇଥିବା ସୂଚନା ମିଳିଥିଲା।ସିନ୍ଧ ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ମେହେର ଖୁର୍ସିଦ କହିଛନ୍ତି ଯେ ଜିନ୍ନା ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ (ଜେପିଏମସି) କୁ ଅଣାଯାଇଥିବା ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୯ ଜଣ ଆହତ ଚିକିତ୍ସିତ ହେଉଛନ୍ତି। ଏହାପୂର୍ବରୁ ସିନ୍ଧ ସରକାରଙ୍କ ମୁଖପାତ୍ର ମୁର୍ତାଜା ୱାହାବ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଦୁଇଜଣ ପୋଲିସ କର୍ମଚାରୀ, ରେଞ୍ଜର ଅଧିକାରୀ ଏବଂ ଜଣେ ସାଧାରଣ ନାଗରିକ ଅଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.