ବନ୍ୟାବେଳେ ଯାହା ଦେଇଥିଲା ତୁର୍କୀ, ଭୂକମ୍ପ ସହାୟତା ନାଁରେ ତାହା ଫେରାଇଲା ପାକିସ୍ତାନ

ଓଡ଼ିଆ ବାର୍ତ୍ତା/ ଇସଲାମବାଦ: ଗତବର୍ଷ ବନ୍ୟାରେ ପାକିସ୍ତାନକୁ ସହାୟତା ଦେଇଥିଲା ତୁର୍କୀ । ଏବେ ସେହି ସହାୟତା ସାମଗ୍ରୀକୁ ସହାୟତା ଭାବେ ଫେରାଇଛି ପାକିସ୍ତାନ  । ଏକଥା ଆମେ କହୁନି, ନିଜେ ପାକିସ୍ତାନର ସାମ୍ବାଦିକମାନେ ଏପରି ସତ୍ୟକୁ ସାମ୍ନାକୁ ଆଣିଛନ୍ତି । ପାକିସ୍ତାନ ଏସବୁ ସାମଗ୍ରୀକୁ ସି-୧୩୦  ବିମାନରେ  ତୁର୍କୀ ଭୂକମ୍ପ ପ୍ରପୀଡିତ ଅଞ୍ଚଳକୁ ପଠାଇଛି ।ପାକିସ୍ତାନର ଜଣେ ସାମ୍ବାଦିକ ସହିଦ ମାସୁଦ ଅଭିଯୋଗ କରିଛନ୍ତି, ତୁର୍କୀ ଦେଇଥିବା  ସମାନ ଜିନିଷକୁ ଭୂକମ୍ପ ସହାୟତା ନାଁରେ ତୁର୍କୀକୁ ଫେରାଇଛି ପାକିସ୍ତାନ । ଏପରି ଘଟଣା ସିଧାସଳଖ ପାକ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମୁଖା ଖୋଲି ଦେଇଛି । କାରଣ ନିଜେ ପ୍ରଧାନମନ୍ତ୍ରୀ ସରିଫଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ରିଲିଫ ସାମଗ୍ରୀ ତୁର୍କୀକୁ ପଠା ଯାଇଥିଲା । ପାକିସ୍ତାନର ‘ଜିଏନ୍‌ଏନ୍‌’ ନିଉଜ୍‌ ଚାନେଲ୍‌ରେ ସେ ଏହି ବିବାଦୀୟ ସତ୍ୟ ସାମ୍ନାକୁ ଆଣିଛନ୍ତି ସଂପୃକ୍ତ ସାମ୍ବାଦିକ ।

Omkar Vasthu
Omkar Vasthu

ଏଠି କହିରଖିବୁ, ତୁର୍କୀରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲାଣି । ଦେଶ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟରେ ଲାଗିଥିବାବେଳେ  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗୁରୁବାର ତୁର୍କୀ ଗସ୍ତରେ ଯାଇଥିଲେ ।    ସରିଫଙ୍କର ୮ ତାରିଖ ତୁର୍କୀ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ହେଲେ ଭୂକମ୍ପ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା । ହେଲେ ଏହାର ମାତ୍ର ଅଳ୍ପ କିଛି ଦିନ ପରେ ସରିଫ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ସହ ତୁର୍କୀ ଯାଇଥିଲେ । ସେତେବେଳେ ବି ପ୍ରଶ୍ନ ଉଠିଥିଲା, ଯେଉଁ ଦେଶ ନିଜ ପାଇଁ ଅନ୍ୟ ଦେଶ ପାଖରେ ହାତ ପତଉଛି ସେ ତୁର୍କୀର ଏ ବିପଦ ସମୟରେ କି ସହାୟତା ବା ଦେବ ? ଅନ୍ୟପକ୍ଷେ ଭୂକମ୍ପ ପ୍ରପୀଡିତଙ୍କ ସହାୟତା ଉପରୁ ଧ୍ୟାନ ହଟାଇ ପାକ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତରେ ବ୍ୟସ୍ତ ରହିଥିବା ତୁର୍କୀରାଷ୍ଟ୍ରପତି ରେଚେପ ତୈୟପ ଏର୍ଦୋଗନଙ୍କଙ୍କୁ ମଧ୍ୟ ଏଥିପାଇଁ ସମାଲୋଚନା ଶରବ୍ୟ ହେବାକୁ ପଡିଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.