ଘୁନଘଟି ବସ୍ତି ଉଚ୍ଛେଦ ଓ ଜାତି ଆଧାରିତ ବିସ୍ଥାପନ ନିତିକୁ ବିରୋଧକରି ଲୋୟର ପିଏମଜିରେ ଗଣଧାରଣା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସମ୍ବଲପୁର ଘୁନଘଟି ବସ୍ତି ଉଚ୍ଛେଦ, ଜାତି ଆଧାରିତ ବିସ୍ଥାପନ ନିତିକୁ ବିରୋଧ କରି ଭୁବନେଶ୍ଵର ଲୋୟର ପିଏମଜି ଠାରେ ହେଉଥିବା ଗଣଧାରଣା ଆଜି ୧୧ ଦିନ ପୂର୍ଣ୍ଣ ହୋଇଛି। ଏହାକୁ ସମର୍ଥନ କରି ଭୁବନେଶ୍ୱର ଲୋୟର ପିଏମଜି ବିଧାନସଭା ସମ୍ମୁଖରେ ଅଲ୍ ଓଡିଶା ସିଡ୍ୟୁଲକାଷ୍ଟ ଫେଡେରେସନ୍ (AOSCF) ଦ୍ବିତୀୟ ଦିନ ଧାରଣାରେ ବସିଛନ୍ତି। ଏଥିରେ ସଭାପତି ଧନଞ୍ଜୟ ଦୀପ, ମହାସଚିବ ଯତିନ୍ଦ୍ର କର, ସମ୍ପାଦକ ଜୟପ୍ରକାଶ ଜାଲ, ଯୁବ ସହ ସମ୍ପାଦକ କଲମପୁର ବ୍ଲକ ମାଧବ ସୁନାନୀ ଯୋଗଦେଇ ପୀଡ଼ିତାଙ୍କ ସହ ରହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.