ଜୀବେ ନିଷ୍ଠୁରତା ନିରାକରଣ ଆଇନ ଓ କାର୍ଯ୍ୟକାରିତା ବିଷୟରେ ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଜି ରାୟଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଡାକ୍ତର ହାଡିବନ୍ଧୁ ଭୋଇଙ୍କର ଆବାହକତ୍ୱରେ ଏବଂ ମାନ୍ୟବର ଜିଲ୍ଲାପାଳ ସ୍ଵଧା ଦେବ ସିଂହଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଜୀବେ ନିଷ୍ଠୁରତା ଆଇନ୍ ଓ ତାର କାର୍ଯ୍ୟକାରିତା ବିଷୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଦେବଜ୍ୟୋତି ଦାସ, ଉପଆରକ୍ଷୀ ଅଧିକ୍ଷକ ରାୟଗଡ଼, ନିର୍ବାହୀ ଅଧିକାରୀ ରାୟଗଡ଼ ପୌର ପରିଷଦ, ରାୟଗଡ଼, କଲ୍ୟାସିଂହପୁର, ବିଷମ କଟକ ଓ ରାମନାଗୁଡ଼ା ବ୍ଲକର ତହସିଲଦାର, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ଥାନା ଅଧିକାରୀ ତଥା ରାୟଗଡ଼ର ସ୍କୁଲ ଏବଂ ମହାବିଦ୍ୟାଳୟର ଶିକ୍ଷକ ଓ ପ୍ରାଧ୍ୟାପକ ମାନେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜୀବେ ନିଷ୍ଠୁରତା ନିରୋଧ ଆଇନ ୧୯୬୦, ଜୀବ ପରିବହନ ଆଇନ ୧୯୭୮ ଓ ସଂଶୋଧିତ ଆଇନ୍ ୨୦୦୧, ପଞ୍ଜିକୃତ କଂସେଇଖାନା ଆଇନ୍ ୨୦୦୧, ପ୍ରାଣୀ ଜନ୍ମ ନିୟନ୍ତ୍ରଣ ଆଇନ (କୁକୁର) ୨୦୦୧ ଏବଂ ପୋଷା ଜୀବ ପ୍ରଜନନ ଓ ଦୋକାନ ପଞ୍ଜିକରଣ ଆଇନ୍ ସମ୍ବନ୍ଧରେ ଡାକ୍ତର ବିରଞ୍ଚି ନାରାୟଣ ମିଶ୍ର, ଉପନିର୍ଦେଶକ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ରାୟଗଡ଼ ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଦେବଜ୍ୟୋତି ଦାସ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ମାନ୍ୟବର ଜିଲ୍ଲାପାଳ ରାୟଗଡ଼ରେ ଗୋଶାଳା ନିର୍ମାଣ ଓ ଜିଲ୍ଲାର ସହରାଞ୍ଚଳରେ ବୁଲା କୁକୁରଙ୍କର ନିୟନ୍ତ୍ରଣ ପାଇଁ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ରାସ୍ତା ପାର୍ଶ୍ବରେ ଛେଳି ଓ ମେଣ୍ଢା ମାଂସକଟା ଲୋକ ଲୋଚନର ଅଗୋଚରରେ କରିବା ପାଇଁ ସଚେତନତା ସୃଷ୍ଠି ପାଇଁ ପରାମର୍ଶ ଦେଇଥିଲେ। ପୋଷା ଜୀବ, ଚଢ଼େଇ ବିକ୍ରି କରୁଥିବା ଦୋକାନୀମାନଙ୍କୁ ପଞ୍ଜିକରଣ କରିବା ପାଇଁ ପରାମର୍ଶ ଦେବାକୁ ପୌର ପରିଷଦ ଓ ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗାଡ଼ିରେ ମାତ୍ରାଧିକ ସଂଖ୍ୟକ ଗୋରୁ, ଗାଈ, ଛେଳି ଓ ମେଣ୍ଢା ପରିବହନ ସମୟରେ ଦୃଷ୍ଟି ଗୋଚର ହେଲେ, ନିକଟସ୍ଥ ଥାନାରେ ଖବର ଦେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଗୋରୁ ହାଟ ଗୁଡ଼ିକରେ ଗାଈ ଗୋରୁଙ୍କର ସୁବିଧା ଦେଖିବା ପାଇଁ ତହସିଲଦାର ଏବଂ ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ହାଡିବନ୍ଧୁ ଭୋଇ ଜଣାଇଥିଲେ ଯେ ଜିଲ୍ଲାରେ କଲ୍ୟାସିଂହପୁର ବ୍ଲକରେ ୧୫୦ ସଂଖ୍ୟକ ଗାଈ ଗୋରୁଙ୍କୁ ଆଶ୍ରୟ ଦେବା ପାଇଁ ବିଭାଗୀୟ ସହାୟତାରେ ଏକ ଗୋଶାଳା ଦେବଗିରି ଆଶ୍ରମ ତରଫରୁ ନିର୍ମାଣ ଚାଲିଛି। କୁକୁର ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ ହେଲେ ବିଭାଗ ତରଫରୁ ବୈଷୟିକ ସହାୟତା ଯୋଗାଇ ଦିଆଯିବ ବୋଲି ମତ ପ୍ରକାଶ କରିଥିଲେ। ଏହା ବ୍ୟତୀତ ରାମନାଗୁଡ଼ା, ବିଷମ କଟକ ଓ କଲ୍ୟାସିଂହପୁର ବ୍ଲକରେ ତିନୋଟି ବ୍ଲକ ସ୍ତରୀୟ ଜୀବେ ନିଷ୍ଠୁରତା ସଚେତନତା ଆଇନ୍ ଶିବିର କରାଯିବାକୁ ଏବଂ ପାଲା ଦାସକାଠିଆ ଇତ୍ୟାଦି ମାଧ୍ୟମରେ ସଚେତନତା କରାଯିବ ବୋଲି ମତ ରଖିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.