ନିଜ ଦେହରେ ଟାଟୁ କରିଛନ୍ତି ୩୨ଟି ଦେଶର ଷ୍ଟାମ୍ପ

ଫୁଟବଲ ଫ୍ୟାନ ଇୟାନ ଓଜର୍ସ । ଏମିତି କିଛି ଇଂଲଣ୍ଡ ଫୁଟବଲ ଟିମ୍‌ର ମ୍ୟାଚ ନାହିଁ ଯେଉଁଥିରେ ଇଆନ ଅନୁପସ୍ଥିତ ଅଛନ୍ତି । ଖାସ୍ ଏହି କାରଣରୁ ଫୁଟବଲ କ୍ରେଜୀମ୍ୟାନ ଭାବେ ସେ ଖୁବ୍ ପରିଚିତ । ତେବେ ଏହି ଫୁଟବଲ ପ୍ରେମ ତାଙ୍କୁ ଆଉ ଏକ ପରିଚୟ ଦେଇଛି । ଇଂଲଣ୍ଡ ଟିମ୍‌ର ମ୍ୟାଚ ଦେଖିବାକୁ ଯୁଆଡ଼େ ଯାଆନ୍ତି ଇୟାନ ସେଠାକାର ବିମାନବନ୍ଦର ପାସପୋର୍ଟ ଚେକିଂର ଷ୍ଟାମ୍ପକୁ ଟାଟୁ ଆକାରରେ ନିଜ ଦେହରେ ଉତ୍ତାରିଛନ୍ତି । ଏହି ଅଜବ ସଉକ କାରଣରୁ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚର୍ାରେ ଇୟାନ । ବିଶ୍ୱର କୋଣ ଅନୁକୋଣରେ ଥିବା ଲକ୍ଷ ଲକ୍ଷ ଫୁଟବଲ ପ୍ରେମୀଙ୍କଠାରୁ ସେ ଏଥିପାଇଁ ସାବାସି ପାଉଛନ୍ତି । ଅନେକ ବି ମତ ରଖୁଛନ୍ତି ଫ୍ୟାନ୍ ହେବ ତ ଏମିତି ।

ଇଂଲଣ୍ଡର ଇୟାନ ଓଜର୍ସ । ପିଲାବେଳୁ ଫୁଟବଲ ଖେଳିବାକୁ ସେ ପସନ୍ଦ କରନ୍ତି । ବଡ଼ ହେବା ପରେ ଫୁଟବଲ ପ୍ରେମରେ ଏମିତି ପଡ଼ିଲେ ଯେ, ସେ ଇଂଲଣ୍ଡ ଟିମ୍ ଯୁଆଡ଼େ ଗଲା ମ୍ୟାଚ ଦେଖିବାକୁ ସେ ବି ଗଲେ । ତାଙ୍କର ଏହି ସ୍ମୃତିକୁ ତାଜା କରି ରଖିବା ପାଇଁ ସେ ନିଷ୍ପତ୍ତି ନେଲେ । ସେଥିଲାଗି ନିଜ ଦେହରେ ବିଭିନ୍ନ ଦେଶର ପାର୍ସପୋର୍ଟରେ ଥିବା ଷ୍ଟାମ୍ପକୁ ଟାଟୁ କରିବେ ବୋଲି ଭାବିଲେ । ରିୟାନ କହିଛନ୍ତି, ମୁଁ ଜଣେ ଫୁଟବଲପ୍ରେମୀ । ଇଂଲଣ୍ଡ ଟିମ୍‌ର ସବୁ ମ୍ୟାଚ ମୁଁ ଦେଖେ । ଟିମ୍ ଯେଉଁଠିକି ଯାଏ ସେଠାକୁ ଯାଇ ମ୍ୟାଚ ଦେଖେ । ବର୍ତ୍ତମାନ ପର୍ଯ୍ୟନ୍ତ ୩୨ ଦେଶ ଯାଇ ମ୍ୟାଚ ଦେଖିସାରିଲିଣି । ଏସବୁକୁ ସ୍ମରଣୀୟ କରିବା ଲାଗି ପାସପୋର୍ଟରେ ଥିବା ଷ୍ଟାମ୍ପକୁ ଟାଟୁ କରିବା ପାଇଁ ଜଣେ ଟାଟୁ ଆର୍ଟିଷ୍ଟଙ୍କ ପାଖକୁ ଗଲି । ପାସପୋର୍ଟରେ ଥିବା ସବୁ ଦେଶର ଷ୍ଟାମ୍ପର କପି ବାହାର କରି ଦେଲି । ସେ ତାହାକୁ ଦେଖି ମୋ ଶରୀରରେ ସେହି ଷ୍ଟାମ୍ପକୁ ଟାଟୁ କରିଦେଲେ । ମୋର ସ୍ମୃତିକୁ ସ୍ମରଣୀୟ କରି ରଖିବା ଏହାଠାରୁ ଭଲ ଉପାୟ ଆଉ କିଛି ହୋଇ ନ ପାରେ ବୋଲି କୁହନ୍ତି । ଇୟାନ୍ ଅନେକ ମାରାଥନରେ ବି ଅଂଶଗ୍ରହଣ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.