କବିତା : ରାବଣ ର ଆତ୍ମ ପ୍ରକାଶ

ସନ୍ତାପିତ ହୃଦ ତାର ଦର୍ଶି ବିଧୁଶୀଳ
ତନୁ ଅଙ୍ଗେଣ ସ୍ପୁରଇ ଭକ୍ତି ରସଭବ ।।

ମାଜଣା ମା ପୁଲକେ ଗୋ ଉତ୍ତରଣ ତୁହି
ଜ୍ୟୋତିର୍ମୟୀ ଜନନୀ ଗୋ ଜନକ ଦୁହିତି ।।

ଭକ୍ତି ସଲିଳରେ ତଵ ପାଦ ଧୋଇଦେବି
ନିରଜନା ହୋଇ ପୁଣ କନକ ସୌରଭି ।।

ଜୋସ୍ନା ଉଦ୍ଭାସିତ ତୋର ମୁଖଚନ୍ଦ୍ର ଗୋଟି
ପଦ୍ମବନୁ ଲଷ୍ମୀ ମା ଗୋ ଆସିଛ ମହୀଟି ।।

ଆମ୍ଭ ନିମନ୍ତେ ଗୋ ମାତ କଷ୍ଟ ପାଇଅଛ
ପ୍ରଭାବତି ମୂରତି ଗୋ କୁସୁମେ ଗୁନ୍ଥିଛ ।।

ଧନ୍ୟ ବନଲତା ଧନ୍ୟ ଧନ୍ୟ ଋଷିଗଣ
ଧନ୍ୟ ଧନ୍ୟ ମାରିଚ ରେ ତୋହରି ଜୀବନ ।।

ସତୀ ରତନ ମହାମୟୀ ରଖ ମୋର ସତ୍ୟ
ଚରଣ ଦର୍ଶନେ ମା ଗୋ ହୋଇଛି ଆତୁର ।।

ହରି ସୁମରି ରାବଣ କରେ ପାଦ ବନ୍ଦନା
ବେଦଜ୍ଞ ଧରି ଛଦ୍ମ ଜତିବେଶ ଵିଭୂଷଣା ।।

ମଡିଆର ଶୋଭା ଦେଖି କହଇ ରାବଣ
ଧନ୍ୟ ଧନ୍ୟ ମୋ ଜନମ ଧନ୍ୟ ତୁମେ ରାମ ।।

ଏହି ଭବୁ ପାରିକର ଆହେ ପ୍ରଭୁ ରାମ
ଦଶରଥ ପୁତ୍ର ଦୟାମୟ ଜୟ ସୀତାରାମ ।।

ରଚନା : ଶେଷଦେବ ସାହୁ 

ପୂର୍ବ ନାଟ୍ୟ କଳାକାର, ଟକାରୁମାଲ ଶ୍ରୀରାମ ଲୀଳା
ଟକାରୁମାଲ, କର୍ଲାମୁଣ୍ଡା, କଳାହାଣ୍ଡି

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.