ନୂଆଦିଲ୍ଲୀ,୨୭/୪ : ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର ନେଇଛନ୍ତି । ଏହା ରାଜନୈତିକ ନୁହେଁ ବୋଲି କୁହାଯାଉଥିଲେ ମଧ୍ୟ ଏହାକୁ ନେଇ ରାଜନୈତିକ ସ୍ତରରେ ବିବାଦ ଆରମ୍ଭ ହୋଇଛି । ଲୋକଙ୍କ ମତାନୁସାରେ ନିର୍ବାଚନ ସମୟରେ ଏହି ଇଣ୍ଟରଭ୍ୟୁ ର କୌଣସି ମାନେ ନଥିଲା । ମୋଟା ମୋଟି ଭାବେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନିଜ ଛବିକୁ ସୁଧାରିବା ପାଇଁ ଏହା ଏକ ପ୍ରୟାସ ଥିଲା । ଏହି ସାକ୍ଷାତକାର ଉପରେ ଛତିଶଗଡ ମୁଖ୍ୟମନ୍ତୀ ଭପେଶ ବଘେଲ କହିଲେ – ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କୁ କହିବାକୁ ଚାହେଁ କି ସେ ନକଲି ଇଣ୍ଟରଭ୍ୟୁ ଦେବା ଯାଗାରେ କୌଣସି ଏକ ଅସଲି ପତ୍ରକାରଙ୍କୁ ଇଣ୍ଟରଭ୍ୟୁ ଦିଅନ୍ତୁ । ଆଉ ନାହିଁ ତ ସେ ଅକ୍ଷୟ କୁମାରଙ୍କୁ ସାକ୍ଷାତକାର ଦେଲେ । ମୁଁ ଯେତେଦୂର ଜାଣେ କି ଅଷୟ କୁମାରଙ୍କ ପାଖରେ କାନାଡାର ନାଗରିକତ୍ବ ରହିଛି, ସେ କାନାଡିୟନ୍.. ଭାରତୀୟ ନୁହନ୍ତି ।