ନର୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଦହଲ ଆମ୍ବ ବଗିଚା ରେ ଅନୁଷ୍ଠିତ ହୋଇଯାଇଛି । ସଂଘର ୫୦ ରୁ ଉର୍ଦ୍ଧ୍ବ ସଦସ୍ୟଙ୍କ ଉପସ୍ଥିତିରେ ସଂଘର ସଭାପତି ସୁବାସ ଚନ୍ଦ୍ର ଚାନ୍ଦ୍ ଭଗବାନଙ୍କ ପ୍ରତିମୁର୍ତ୍ତି ରେ ଦୀପ ଜାଳି ପୂଜାର୍ଚ୍ଚନା କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଂଘର ବରିଷ୍ଠ ସଦସ୍ୟ ତଥା ଅଞ୍ଚଳର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ମାଷ୍ଟର ଲକ୍ଷ୍ମଣ ବାଗ ଏବଂ ସାଥି ପ୍ରମୋଦ ପରିଡା, ଜଗୁଲାଲ ଭୋଇ ପ୍ରମୁଖ ସ୍ୱାଗତ ସଙ୍ଗୀତ ସାଙ୍ଗକୁ ଭଜନ ପରିବେଷଣ କରିଥିଲେ । ସଂଘର ସ୍ୱର୍ଗତ ବରିଷ୍ଠ ସଦସ୍ୟ ମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବନ୍ଧୁ ମିଳନ ପରେ ସଭାପତି ଶ୍ରୀଯୁକ୍ତ ଚାନ୍ଦ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ବଦ୍ରୀପ୍ରସାଦ ମିଶ୍ର ବିବରଣୀ ପଠନ କରିଥିଲେ । ଏଥିରେ ସଂଘ ତରଫରୁ ଚାରି ଛକରେ କିଣାଯାଇଥିବା ୫ ଡିସିମିଲ ଜମି ରେ କେମିତି ଭବନ ନିର୍ମାଣ, ନଳ କୂଅ ଖନନ ହୋଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ଓ ସମ୍ମାନୀତ ଅତିଥି ଭାବରେ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦାନ କରି ସଂଘ ଶକ୍ତି ଓ ଏହାର ସାମର୍ଥ୍ୟ ବିଷୟରେ ମାର୍ଗ ଦର୍ଶନ ଦେଇଥିଲେ । ଉପସଭାପତି ବିଷ୍ଣୁ ଗହୀର କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ ତାଙ୍କୁ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାପରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଂଘର ନୂତନ ସଭାପତି ଭାବରେ ବଦ୍ରୀପ୍ରସାଦ ମିଶ୍ର ସର୍ବ ସମ୍ମତିକ୍ରମେ ମନୋନୀତ ହୋଇଥିଲେ । ଅଳ୍ପଦିନ ତଳେ ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ବରୁ ଅବସର ନେଇ ସଂଘରେ ସାମିଲ ହୋଇଥିବା କଲ୍ୟାଣ କୁମାର ସାହୁ ସାଧାରଣ ସଂପାଦକ ଭାବରେ ମନୋନୀତ ହୋଇଥିବା ବେଳେ ସୂର୍ଯ୍ୟକାନ୍ତ ପଧାନ, ଗିରିଧାରୀ ଗୌଡ଼, କ୍ଷୀରୋଦ ପାତ୍ର ପ୍ରମୁଖ ଉପସଭାପତି ଭାବରେ ମନୋନୀତ ହୋଇଥିଲେ ।ପୂର୍ଣ୍ଣଚନ୍ଦ୍ର ସାହୁ ପୂର୍ବବତ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ । ଉପଦେଷ୍ଟା କମିଟିରେ ସୁବାସ ଚନ୍ଦ୍ର ଚାନ୍ଦ, ବିଷ୍ଣୁ ଗହୀର, ନିର୍ମଳ ନାଏକ ପ୍ରମୁଖଙ୍କୁ ମାର୍ଗଦର୍ଶକ ସଦସ୍ୟ ଭାବରେ ନିଆଯାଇଥିଲା । ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଷଢଙ୍ଗୀ, ନିର୍ମଳ ନାଏକ, ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚରେ ମାର୍ଗଦର୍ଶନ ଦେଇଥିଲେ ।

Udyog Nursery
Udyogi Nursery

ଏଥିରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବାସହ ନର୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଆଗାମୀ ଦିନରେ ସମାଜ କଲ୍ୟାଣକାରୀ କାର୍ଯ୍ୟପ୍ରତି ମନୋନିବେଶ କରିବ ବୋଲି ବୈଠକରେ ସର୍ବ ସମ୍ମତିକ୍ରମେ ନିଷ୍ପତି ନିଆଯାଇଥିଲା । ସଂଘ ର ସଦସ୍ୟ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଅନ୍ୟ ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ ସାରଥୀ ନାୟକ, ରମେଶ ଦାସ, ଜଗୁଲାଲ ଭୋଇ, ଲମ୍ବୋଦର ପଧାନ, ଦୀଲୀପ ଗହୀର, ସୁରେଶ ଚାନ୍ଦ ପରୀକ୍ଷିତ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.