ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକର ଭଟାଙ୍ଗପଦର ଓ ଲାଖବାହାଲି ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଅଲେଖ ବିଶି ଅବସର ନେବାକୁ ଯାଉଥିବାବେଳେ ଆଜି ତାଙ୍କ ଉଦ୍ଦେଶ୍ୟରେ ଭଟାଙ୍ଗପଦରସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭଟାଙ୍ଗପଦର ସରପଞ୍ଚ ଦଶମୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, କନିଷ୍ଠ ଯନ୍ତ୍ରୀ ଗୋଲକବିହାରୀ ଭୋଇ, ଭଟାଙ୍ଗପଦର ହାଇସ୍କୁଲର ପ୍ରଧାନଶିକ୍ଷକ ଝସକେତନ ପ୍ରଧାନ, ଭଟାଙ୍ଗପଦର ସମିତିସଭ୍ୟ ରୂପେନ୍ଦ୍ର ଛତ୍ରିଆ, ଗ୍ରାମରୋଜଗାର ସେବକ ରାଧାମୋହନ କରୁଆଁ, ବସନ୍ତ ନାଗ, ଯୋଗାଣ ସହାୟକ ପ୍ରତାପ ବିଭାର, ଗାଁସାଥୀ ସଂଘର ଉଗ୍ରେ ମାଝୀ, ଶମ୍ଭୁ ବିଭାର ଓ ଅର୍ଜୁନ ମାଝୀଙ୍କ ସମେତ ୱାର୍ଡସଭ୍ୟ /ସଭ୍ୟାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତେ ଶ୍ରୀ ବିଶିଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.