ଜୁଝାରିଠାରେ ଯାଦବ ମହାସଭାର ଗୁରୁତ୍ବପୂର୍ଣ୍ଣ ବୈଠକ

ଓଡ଼ିଆ ବାର୍ତ୍ତା/ ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ଵା ବ୍ଳକ ଅନ୍ତର୍ଗତ ଜୁଝାରିଠାରେ ସଦାଶିବ ଗୈାଡଙ୍କ ଅଧ୍ୟକ୍ଷତାରେ ଅବିଭକ୍ତ କୋରାପୁଟ ଜିଲ୍ଲା ଯାଦବ ସମାଜର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସନ୍ତା ମାସରେ ଜୟପୁର ରାଜନଗର ଠାରୁ ଦସରା ପଡିଆ ପର୍ଯ୍ୟନ୍ତ “ଅଧିକାର ସମାବେଶ” ପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆବାହକ ସିମାଞ୍ଚଳ ମାହାଙ୍କୁଡ଼, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ସାଧାରଣ ସଂପାଦକ ପର୍ଶୁରାମ ନାୟକ, ଜିଲ୍ଲା ସାଙ୍ଗଠନିକ ସଂପାଦକ ମନୋଜ କୁମାର ମାହାଙ୍କୁଡ଼ ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ବୋରିଗୁମା ବ୍ଳକର ମାନ୍ୟଗଣ ବ୍ୟକ୍ତି ବିଶେଷ, ଜୁଝାରୀ ଗ୍ରାମର ସତ୍ୟବ୍ରତ ନାୟକ, ମହେଶ ଗୈାଡ, ପଦ୍ମନ ଗୈାଡ, କୁମଲିଫୁଟର ଶ୍ୟାମସୁନ୍ଦର ନାୟକ, ଖାଲିଆଗୁଡାର ହରିଗୈାଡ, ଦିଶାରିଗୁଡାର ଧନୁର୍ଜୟ ଗୈାଡ, ସୁକଲିଗୁଡାର ଟଙ୍କଧର ଗୈାଡ, ଖଣ୍ଡିଗୁଡାର ଈଶ୍ୱର ଗୈାଡ ପ୍ରମୁଖି ଉପସ୍ଥିତ ଥିଲେ। ଅଧିକରୁ ଅଧିକ ଯାଦବମାନେ ଯୋଗଦେଇ ଏହି ପଦଯାତ୍ରାଟିକୁ ସଫଳ କରିବାପାଇଁ ଯାଦବ ସମାଜର ମୁଖ୍ୟ ମାନଙ୍କୁ ଅନୁରୋଧ କରାଯାଇଥିଲା। ଏହାସହ ସମାଜର ନିୟମାବଳୀ ପୁସ୍ତକ ବିଷୟରେ କିଛି ଆଲୋଚନା କରିବା ସହ ଭବିଷ୍ୟତରେ ତଳସ୍ତରରେ ଥିବା ସମାଜର ଗରିବ ମାନଙ୍କର ଉନ୍ନତି ନିମନ୍ତେ ସଭାରେ ଆଲୋକପାତ କରାଯାଇଥିଲା। ଶେଷରେ ମହେଶ ଗୈାଡ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.