ଭିସୁଟ ଛାତ୍ରୀ ଚିନ୍ମୟୀଙ୍କୁ ହତ୍ୟା କରାଯାଇ ନାହିଁ, ପାଣିରେ ବୁଡି ମୃତ୍ୟୁ ଘଟିଛି-ଏସପି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଚିନ୍ମୟୀଙ୍କୁ ହତ୍ୟା କରାଯାଇ ନାହିଁ। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ଏମିତି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ବି. ଗଙ୍ଗାଧର । ଏକ ପ୍ରେସ ମିଟ କରି ଏସପି କହିଛନ୍ତି, ବୁର୍ଲା ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ  ପାଣିରେ ବୁଡ଼ି ହୋଇଛି  ।  ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି  ବୋଲି ଏସ୍‌ପି ବି. ଗଙ୍ଗାଧର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ କଲେଜ ସମାବର୍ତ୍ତନ ଉତ୍ସବକୁ ଆସି ସମ୍ବଲପୁର ବୁର୍ଲା ସ୍ଥିତ ପିସି ବ୍ରିଜ୍‌ରୁ ଡେଇଁ ପଡି ନିଖୋଜ ହୋଇ ଯାଇଥିଲେ   । ନିଖୋଜର ୧୨ ଘଣ୍ଟା ପରେ ବୁର୍ଲା ପାୱାର ଚ୍ୟାନେଲ ନିକଟରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।  ଏନେଇ ରେଜିଷ୍ଟ୍ରର ଅଭିଯୋଗ କରିବା ପରେ ପୋଲିସ୍‌ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଚିନ୍ମୟୀ ପାୱାର ଚାନେଲକୁ ଡେଇଁବା ସମୟରେ ତାଙ୍କ ପାଖରେ ଉପସ୍ଥିତ ଥିଲେ ତାଙ୍କର ବନ୍ଧୁ । ଚିନ୍ମୟୀ ପାୱାର ଚାନେଲକୁ ଡେଇଁ ପଡିଥିବା ସେ କହିଥିଲେ । ହେଲେ, ଚିନ୍ମୟୀଙ୍କ ପରିବାର ପକ୍ଷରୁ ଏ ନେଇ ହତ୍ୟା ଅଭିଯୋଗ ଆସିଥିଲା । ଚିନ୍ମୟୀଙ୍କ ବେକରେ କିଛି ଦାଗ ଥିବା କହି ଏହା ହତ୍ୟା ବୋଲି ପରିବାରବର୍ଗ ଅଭିଯୋଗ ଆଣିଥିଲେ।  ଏହି ଘଟଣାରେ ପୋଲିସ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ଓ ଆଉ ଜଣେ ଯୁବକଙ୍କୁ ଅଟକ ରଖି ଉଭୟଙ୍କର ଲାଇଡିଟେକ୍ସନ ଟେଷ୍ଟ କରିଛି ।  ପ୍ରୀତିମାନ ଓ ମାନସଙ୍କୁ ଆଜି ବଣ୍ଡରେ ଛାଡାଯିବ । ଯେତେବେଳେ ଆବଶ୍ୟକ ପଡିବେ ହାଜର ହେବେ । ତେବେ  ତଦନ୍ତରେ ସ୍ୱଚ୍ଛତାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚିନ୍ମୟୀଙ୍କ ମା’। ମାେତ ଆଉ ନ୍ୟାୟ ମିଳିବନି ବୋଲି କାନ୍ଦି କାନ୍ଦି କହିଛନ୍ତି ଚିନ୍ମୟୀଙ୍କ ମା’ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.