ମୋବାଇଲ ଛଡ଼ାଇ ନେବାରୁ ୧୭ ମହଲାରୁ ଡେଇଁଲା ପୁଅ, ତା ପରେ ଯାହା ହେଲା..

ଏବେକା ସମୟରେ ସ୍ମାର୍ଟଫୋନ୍ ଲୋକଙ୍କ ପାଇଁ ବିଳାସପୂର୍ଣ୍ଣ ସାମଗ୍ରୀ ନୁହେଁ, ବରଂ ଆବଶ୍ୟକତା ପାଲଟି ଯାଇଛି । ପାଖରେ ମୋବାଇଲ ନ ଥିଲେ ଜଣେ ଏକ ବିଚ୍ଛିନ୍ନାଞ୍ଚଳରେ ରହିବା ପରି ମନେ ହେଉଛି । କାରଣ ପ୍ରତିକ୍ଷେତ୍ରରେ ଏବେ ମୋବାଇଲ ନିହାତି ଆବଶ୍ୟକ । ଚିନ୍ତାଜନକ କଥା ହେଉଛି କେବଳ ବୟସ୍କମାନେ ନୁହଁନ୍ତି ଛୋଟ ପିଲାମାନେ ମଧ୍ୟ ମୋବାଇଲ ଆଡ଼ିକ୍‌ଟେଡ଼ ବା ମୋବାଇଲ ଅବ୍ୟସ୍ଥ ହୋଇ ଯାଇଛନ୍ତି । ପାଠପଢା ସମୟରେ ମୋବାଇଲର ଆବଶ୍ୟକତା ତ ରହୁଛି ତାହାସହିତ ମୋବାଇଲରେ ଗେମ୍ ଓ ଭିଡ଼ିଓ ଦେଖିବା ପାଇଁ ପିଲାମାନେ ଅଧିକ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି । ଏହି କାରଣରୁ ଛୋଟ ବୟସ୍କରୁ ପିଲାଙ୍କର ଦୃଷ୍ଟି ଶକ୍ତି ମଧ୍ୟ କମୁଛି । ଏକଥା ସତ ଯେ, ପିଲାମାନେ ଅଧିକ ସମୟ ମୋବାଇଲ ବ୍ୟବହାର କରୁଥିବା କାରଣରୁ ପରିବାରରେ ବାପାମାଆ ବିରକ୍ତ ହୋଇଥାନ୍ତି । କିନ୍ତୁ ଯଦି ଏହି ବିରକ୍ତି କାରଣରୁ ପିଲାମାନେ ଭୟଙ୍କର ନିଷ୍ପତ୍ତି ନିଅନ୍ତି ତାହାହେଲେ ସ୍ଥିତି କ’ଣ ହେବ ଥରେ ଭାବନ୍ତୁ । ଏମିତି ଏକ ଘଟଣା ଘଟିଛି ସିଙ୍ଗାପୁରରେ ।

Omkar Vasthu
Omkar Vasthu

ସୋସିଆଲ ମିଡିଆରୁ ମିଳିଥିବା ସୂଚନା ଅନୁସାରେ, କିଛି ଦିନ ପୂର୍ବେ ସିଙ୍ଗାପୁରରେ ଏଭଳି ଘଟଣା ଘଟିଛି, ଯେଉଁଥିରେ ମୋବାଇଲକୁ ବାରଣ କରାଯିବାରୁ ଘରର ଝରକା ବାହାରକୁ ଯାଇ ୧୭ ମହଲା ଉପରୁ ଡ଼େଇଁବାକୁ ଧମକ ଦେଲା ପିଲାଟିଏ । ଅବୁଝା ପିଲାକୁ କ’ଣ କରିବାକୁ ପଡ଼ିବ, କେମିତି ତାକୁ ରୋକିବାକୁ ପଡ଼ିବ ସେ ନେଇ ଚିନ୍ତିତ ହୋଇପଡ଼ିଲେ ବାପାମାଆ । ପୁଅର ଅଜାଣତରେ ଅଗ୍ନିଶମ ବିଭାଗକୁ ଖବର ଦେଲେ ବାପାମାଆ । ତଳେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଜଗି ବସିଥିବା ବେଳେ ଏପଟେ ବାପାମାଆ ପିଲାକୁ ବୁଝାଇବାକୁ ଚେଷ୍ଟା କରୁଥିଲେ । ଏ ଭିତରେ ପୁଅ ମଧ୍ୟ ତଳକୁ ଡ଼େଇଁବାକୁ ଧମକ ଦେଉଥିଲା । କିନ୍ତୁ ହଠାତ୍ ପିଲାଟିର ହାତ ଖସିଯିବାରୁ ୧୭ ମହଲାରୁ ତଳକୁ ପଡ଼ିଯାଇଥିଲା । ଆଉ ତା ପରେ ଏହା ଦେଖି ସମସ୍ତେ ସ୍ତବ୍ଧ ହୋଇଗଲେ କିଛି ସମୟ ପାଇଁ । ଯେହେତୁ ପୁଅର ହରକତ ନେଇ ବାପାମାଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ତାକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ମଧ୍ୟ ବିହିତ ପଦକ୍ଷେପ ନେଇ ତଳେ ଜଗି ବସିଥିଲେ । ପିଲାଟି ତଳକୁ ଡ଼େଇଁବାକୁ ଧମକ ଦେଉଥିଲେ ବି ତା ଅଜାଣତରେ ସେ ତଳକୁ ଖସି ପଡ଼ିଲା । ଅବଶ୍ୟ ପିଲାଟିର ଜୀବନ ରକ୍ଷା ହୋଇଗଲା । କିନ୍ତୁ ମୋବାଇଲ ପାଇଁ ଏଭଳି ଘଟଣା ଘଟିପାରେ ଏହାକୁ ଭାବିବା ମାତ୍ରେ ଯେ କେହି ବାପାମାଆ ଚିନ୍ତିତ ହେବା ସ୍ୱଭାବିକ ।

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.