କଳାହାଣ୍ଡି,୨୭/୪ : କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ଚଉଦ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ରାମଲୀଳା ଯାତ୍ରା ଉଦଯାପିତ ହୋଇଯାଇଛି। ରିସିଡା, ତେରେସିଙ୍ଗା, ପୌରକେଲା, ବଡ ଡୁଙ୍ଗୁରିଗୁଡା, ସୁରୁଜୁଳି, ଅବୁଜବାହାଲ, କେନ୍ଦୁମୁଣ୍ଡି, କଂସିଲ, ଓଡ଼ିଆମୁଣ୍ଡା, ସିଆଲପଡା ଆଦି ଗାଁ ରେ ଅତି ନିଷ୍ଠା ସହକାରେ ରାମଲୀଳା ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ରାତିରେ ସଦାଶିଵ କୃତ ରାମଲୀଳା ନାଟକ ପରିବେଷଣ କରାଯାଇଥିଲା।ଆଜି କଳସ ଗ୍ରାମ ପରିକ୍ରମା କରିବା ପରେ ପୂର୍ଣ୍ଣାହୁତି ପୂଜା କରାଯାଇଥିଲା। ରାମଙ୍କ ଜନ୍ମ ଠାରୁ ସିତାବିବାହ, ବନବାସ, ସୀତାଚୋରୀ, ବାଲିବଧ, ଲଂକପୋଡି, କୁମ୍ଭକର୍ଣ୍ଣ ବଧ, ଇନ୍ଦ୍ରଜିତ ବଧ, ରାବଣ ବଧ ଓ ଅଭିଷେକ ଆଦି ନାଟକ ଦେଖିବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।
ସ୍ବତନ୍ତ୍ର ପ୍ରତିନିଧି ନରୋତ୍ତମ ସେଲମାଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇