କବିତା : ଆମର କଲାହାଁଣି

ହେସନ ସଭେଁ ଆମକୁ ଗରିବ
ପିନ୍ଧସୁ ପରେ ଫଟା ଲିକିରି
ଜାନତ ନାହିଁ ଭକୁଆ ମାନେ ସବୁ
ରହିଛେ କେତନି ସୁନା ହୀରା ଭରି ।।

ଦିହି ଆମର ନିୟମ ଗିରି
ଝରୁଛେଁ ଇନ୍ଦ୍ରାବତୀ
ଅସୁରଗଡ଼ ଦେବଗିରି
ଗାଏସି ଆମର ଗୀତ ।।

ଉତେଇ ତେଲ ମିଶଲେ ଯେନ
ବେଲଖଣ୍ଡି ତାର ନାଁ
ନାଇଁ ସେ ଇଟା ସାନ କଥା
ଧବଳେଶ୍ୱର ର ଗାଁ ।।

ରାମପୁରତ ଧୁକା ବାଜସି
ବେହେରାମାଳର ନାଁ
ଡାକ ଦେଲେ ଓ କରସି
ଆମର ମାଣିକେଶ୍ବରୀ ମା ।।

ତେରେସିଂହା ର ତମାପତର
ଗାଏସି ପୁରନା ଗୀତ
ଶେମିଯାତରା ଅଳାତରାର
ଆଏଲେ ଲାଗସି ଶୀତ ।।

ଟକାରୁମାଲେ ରଥଯାତରା
ହେସି ବଡାଭିଡ଼
ଚାଏର ଚକା ଗଡ଼ସି ଖୁଲି
ଟାଣସୁ ଆମେ ଗିଡଗିଡ ।।

ଝର ଝରେଇ ଝରୁଛେ ବନେ
ଆମର ଫୁରଲିଝରନ
ଦଶର ବେଳେ ଛତର ଯାତରା
ଦେଖି ଉସତ ହେସି ମନ ।।

ନାଇଁସେ ଇଟା ଜଙ୍ଗଲ ମାଏନ
ଇଟା ଆଏ କମଳ ବନ
କାରୁନ କ୍ଷେତ ବଳି ଉଡ଼ସି ପତକା
ଭାଙ୍ଗସି ସବୁ ସପନ ।।

ବୀର ମାଏଟ ମାଆ ଆମର
ଜଗତେ ପାଏସି ପୂଜା
ଘୁମୁରା ସାଙ୍ଗେ ଢୋଲ ନିସାନ
ବାଜଲେ ଲାଗସି ମଜା ।।

ବାଜୁଥିଲେ ଘୁମୁରା ବାଏଦ
ନାଚସନ ଧଙ୍ଗରା ଧାଙ୍ଗିରି
ଗୀତ ବଜା ନାଚ ଥି ସବୁ
ସଂସ୍କୃତି ରହିଚେ ଭରି ।।

ତପନ କୁମାର ସାହୁ

କଳାହାଣ୍ଡି
ମୋ : ୭୩୨୮୦୦୧୫୭୫

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.