ଘୋଡ଼ାବନ୍ଧରେ ଯାଦବ ଭବନ ପ୍ରତିଷ୍ଠା ସମାରୋହ, ଦୋଳ ଉତ୍ସବ ଓ ଯାଦବ ସମ୍ମିଳନୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଘୋଡ଼ାବନ୍ଧଠାରେ ଦୋଳ ଉତ୍ସବ, ନୂତନ ଯାଦବ ଭବନର ପ୍ରତିଷ୍ଠା ମହୋତ୍ସବ ଓ ଯାଦବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଘୋଡ଼ାବନ୍ଧ ଗ୍ରାମପଞ୍ଚାୟତର ବ୍ରାହ୍ମଣୀ, ଧଅଁରାମାଲ, ଘୋଡ଼ାବନ୍ଧ, ଯୋଡାବନ୍ଧ, ଲମସିଆଁ ଆଦି ଗ୍ରାମର ଯାଦବ ସମାଜ ପକ୍ଷରୁ ୪ଦିନଧରି ଆୟୋଜିତ ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ସଂକିର୍ତ୍ତନ୍ୟ, ପୂରାଣ ପଠନ, ହୋମ ଯଜ୍ଞ, ଯାଦବ ସଂସ୍କୃତିର ଅନନ୍ୟ ବିଭବ ବାଡିଖେଳ ଓ ଯାଦବ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର କର୍ତ୍ତା ଭାବରେ ଜିତେନ୍ଦ୍ର ହାତୀ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ହାତୀ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। ଘୋଡ଼ାବନ୍ଧ ଆଞ୍ଚଳିକ ଯାଦବ ସମିତି ସଭାପତି ଜୟଚନ୍ଦ୍ର ହାତୀ ଓ ସାଧାରଣ ସମ୍ପାଦକ ରାଜିବ ଲୋଚନ ପୋଢଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ମହୋତ୍ସବର ପ୍ରଥମ ଚରଣରେ ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ମିଡ଼ିଆ ସେଲ୍ ଅଧ୍ୟକ୍ଷ ତଥା ଓଡିଆ ବାର୍ତ୍ତାର ମୁଖ୍ୟ ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ଏବଂ ପୂର୍ବତନ ନର୍ଲା ବ୍ଲକ ଅଧ୍ୟକ୍ଷ ନିଳମଣି ସାହୁ ଯୋଗ ଦେଇ ରାଧାକୃଷ୍ଣଙ୍କ ଆଶିଷ ଭିକ୍ଷା ସହ ଉପସ୍ଥିତ ଜନସମୁଦାୟଙ୍କୁ ସମ୍ମାଧିତ କରିଥିଲେ। ଦୋଳ ପୂର୍ଣ୍ଣିମା ଦିନର ସାନ୍ଧ୍ୟ ଅଧିବେଶନରେ ଯାଦବ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ନର୍ଲା ବ୍ଲକ ଯାଦବ ସମିତିର ପୂର୍ବତନ ସଭାପତି ହୃଷିକେଶ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ ଯୋଗଦେଇ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ପବିତ୍ର ଦୋଳ ଉତ୍ସବ ଓ ଯାଦବ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଉପସଭାପତି ରହିଥିଲେ ଦୁର୍ଲ୍ଲଭ ମାହାର, ନର୍ଲା ବ୍ଲକ ଯାଦବ ସମିତି ଉପସଭାପତି ଗିରିଧାରୀ ଗଉଡ, ଲିଙ୍ଗରାଜ କରୁଆଁ, ବ୍ଲକ ସାଧାରଣ ସମ୍ପାଦକ ଧରଣୀଧର ଭୋଇ, ବ୍ଲକ ଯାଦବ ସମିତି ଯୁଗ୍ମ ସମ୍ପାଦକ ଅଜିତ କରୁଆଁ, କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ, ପୂର୍ବତନ ନର୍ଲା ବ୍ଲକ ଅଧ୍ୟକ୍ଷ ନିଳମଣି ସାହୁ, ବିଶିଷ୍ଟ ଯାଦବ ନେତୃତ୍ବ ମଧୁସୂଦନ ରାଉତ, ପଦ୍ମଲୋଚନ ଜାଲ, ତ୍ରିଲୋଚନ ନାଏକ, ଜଗତରାମ ଭୋଇ, ପୂର୍ବତନ ସରପଞ୍ଚ ତଥା ଘୋଡ଼ାବନ୍ଧ ଯାଦବ ଭବନ ପାଇଁ ଭୂମିଦାତା ସ୍ବର୍ଣ୍ଣକାନ୍ତୀ ସାହୁ, ଜୟଚନ୍ଦ୍ର ହାତୀ ପ୍ରମୁଖ ମଞ୍ଚାସୀନ ଥିଲେ। ଯାଦବ ନେତୃତ୍ବ କୃଷ୍ଣଚନ୍ଦ୍ର ଭାଟି ମଞ୍ଚ ପରିଚାଳନା କରିଥିବାବେଳେ ଘୋଡ଼ାବନ୍ଧ ଆଞ୍ଚଳିକ ଯାଦବ ସମିତି ସାଧାରଣ ସମ୍ପାଦକ ରାଜିବଲୋଚନ ପୋଢ ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ମଙ୍ଗଳବାର ରାତିରେ ବଲାଙ୍ଗୀର ଜିଲ୍ଲା ଚନ୍ଦ୍ରପୁରର ମିକ୍ସର ରାମଲିଳା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା କାଲି ବୁଧବାର ପୂର୍ଣ୍ଣାହୁତି, ହୋଲି ଉତ୍ସବ ଓ ଦିବା ୧୨ ଘଣ୍ଟା ଠାରୁ ପ୍ରସାଦ ସେବନ ରହିଥିବା ଆୟୋଜକ ଘୋଡ଼ାବନ୍ଧ ଗ୍ରାମ ପଞ୍ଚାୟତ ଯାଦବ ସମାଜର କର୍ମକର୍ତ୍ତା ବୃନ୍ଦଙ୍କ ଠାରୁ ପ୍ରକାଶ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.