ଉତ୍କଳ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ସେବା ଓ ସମର୍ପଣ ଦିବସ ପାଳିତ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଉତ୍କଳ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ “ସେବା ସମର୍ପଣ ଦିବସ” ସୋନପୁର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସଭା ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା କ୍ଷିର ସାଗର ବିଭାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡ. ଅନିରୁଦ୍ଧ କୁରକୁରିଆ, ମୁଖ୍ୟ ବକ୍ତା ଯୁବ ଆଇନଜୀବୀ ଅଦୈତ କୁମାର ପଣ୍ଡା, ସମ୍ବାନୀତ ଅତିଥି ଭାବେ ଅଧ୍ୟାପିକା  ସରସ୍ବତୀ ଦାସ, ଅଧ୍ୟାପିକା ନୀଳିମା ପ୍ରଧାନ ସୋନପୁର ମହାବିଦ୍ୟାଳୟ, ଗୌରଚନ୍ଦ୍ର ନାଇକ ଆଦି ଅତିଥିମାନେ ସେବା ଓ ସମର୍ପଣ ଉପରେ ଦିଗ ଦିଗନ୍ତ ଅଭିଭାଷଣ ରଖିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା କିଛି ଶିକ୍ଷାର୍ଥୀ ପ୍ଲାବିନି ନାଇକ, ଅଭିଷେକ କୁମ୍ଭାର, ଆରାଧ୍ୟା ନାଇକ, ଅଂଶ ପାଢ଼ୀ, ବୀର ସଂଗ୍ରାମ କେଶରୀ ନାଇକଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପାତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା।

Udyog Nursery
Udyogi Nursery

ଚଳିତ ବର୍ଷ ସମ୍ବାଦ ଆମ ଓଡିଶା ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅନୁଷ୍ଠାନର ଦୁଇ ଜଣ ଛାତ୍ରୀ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବା ଛାତ୍ରୀ କୁମାରୀ ବର୍ଣ୍ଣଳୀ ପ୍ରଧାନ ଓ ବେବି ବାଗଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ସମାଜସେବୀ ଶ୍ରୀ ସର୍ଜନ ବାରିକଙ୍କୁ ଉପଢୌକାନ ପ୍ରଦାନ କରାଯାଇଥିଲା।

ଉପସ୍ଥିତ ସଭାରେ ଶିକ୍ଷକ ବୃଷଭ ସାହୁ, ବିଦ୍ୟା ସେଠୀ, ନୀଳକଣ୍ଠ କୁଆଁର, ପବିତ୍ର ସାହୁ,ଦୀନେଶ ପାଣ୍ଡଵ, ପୃଥିବୀ ବାଗ, ସଂଗ୍ରାମ କୁମ୍ଭାର,ଜ୍ୟୋତି ସାଗର ବିଭାର, ସହ ଶିକ୍ଷୟିତ୍ରୀ ସିନା ସାଗର, ସାଇଲକ୍ଷ୍ମୀ ଡାକୁଆ, ତପସ୍ୱିନୀ ମେହେର, ଅନିତା ଦଳବେହେରା,ଜ୍ୟୋସ୍ନାରାଣୀ ବିଭାର, ପ୍ରିୟଙ୍କା ବିଭାର ଆଦି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଶିକ୍ଷକ କରୁଣାକର ଖୁରା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.