ଭାରତୀୟ ତଟରକ୍ଷୀ ବାହିନୀ ଦ୍ଵାରା ଧରାପଡ଼ିଲେ ୫ ଜଣ ଇରାନ ନାଗରିକ, ହେରୋଇନ ଓ ଡଙ୍ଗା ଜବତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ(ICG) ଏକ ଇରାନୀ ଡଙ୍ଗା ଜବତ କରି ୫ ଜଣ ଇରାନ ନାଗରିକଙ୍କୁ ଗିରଫ କରିଛି । ଇରାନୀ ନାଗିରକମାନେ ଏହି ବୋଟରେ ୬୧ କିଲୋ ଗ୍ରାମ ହେରୋଇନ ଆଣୁଥିଲେ । ଜବତ ହେରୋଇନର ମୂଲ୍ୟ ୪୨୫କୋଟି ହେବ । ଏହି ବିପୁଳ ପରିମାଣର ଡ୍ରଗ୍ସକୁ ଭାରତକୁ ଆଣିବାକୁ ଆଣୁଥିଲେ । ସୋମବାର ଦିନ ଗୁଜୁରାଟର କଛ ଜିଲ୍ଲାର ଓଖା ନିକଟରେ ଏହି ବୋଟକୁ ଅଟକାଇଥିଲେ ତଟରକ୍ଷୀ ବାହିନୀ ।

Omkar Vasthu
Omkar Vasthu

ପ୍ରତିରକ୍ଷା ବିଭାଗର ଲୋକ ସମ୍ପର୍କ ବିଭାଗରୁ ମିଳିଥିବା ଖବର ଅନୁଯାୟୀ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଆସୁଥିବା ଖବର ପ୍ରଥମେ ଗୋଇନ୍ଦା ସଂସ୍ଥା ହାତରେ ଲାଗିଥିଲା । ଏନେଇ ସେମାନେ ଆଣ୍ଟି ଟେରରିଷ୍ଟ ସ୍କ୍‌:ାଡକୁ ଜଣାଇବା ପରେ ଆରବିଆନ ସି ଉପକୂଳରେ ପାଟ୍ରୋଲିଂ କଡାକଡି କରା ଯାଇଥିଲା । ଭାରତୀୟ ତଟରକ୍ଷୀ ବାହିନୀର କର୍ମଚାରୀମାନେ ମୀରା ବେନ ଓ ଅଭିକ ନାମକ ଦୁଇଟି ଡଙ୍ଗାରେ ସୋମବାର ରାତିରେ ପାଟ୍ରୋଲିଂ କରୁଥିଲା ବେଳେ ଗୁଜରାଟ ଉପକୂଳ ଓଖାଠାରୁ ୩୪୦ କିମି ଦୂରରେ ଏକ ଡଙ୍ଗା ଠାବ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଡଙ୍ଗାକୁ ଅଟକାଇବା ପାଇଁ ତଟରକ୍ଷୀ ବାହିନୀ କହିଥିଲେ । ହେଲେ ଡଙ୍ଗା ଭାରତୀୟ କୋଷ୍ଟାଲ ଗାଡଙ୍କଠାରୁ ବଞ୍ଚିବା ପାଇ ଦ୍ରୁତ ଗତିରେ ପଳାଇ ଯାଉଥିଲା । ଭାରତୀୟ ତଟରକ୍ଷୀ ବାହିନୀ ତାକୁ ପିଛା କରିବାରୁ ସେମାନେ ଆକ୍ରମଣ ଆରମ୍ଭ କରିଥିଲେ । ପରେ ଭାରତୀୟ ତଟରକ୍ଷୀ ବାହିନୀ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ।

Udyog Nursery
Udyogi Nursery

ତଦନ୍ତ ପରେ ଉକ୍ତ ଡଙ୍ଗାରେ ଇରାନର ୫ଜଣ ନାଗରିକ ଥିବା ଜଣାପଡିଥିଲା। ଡଙ୍ଗାରେ ୬୧ କେଜି ହେରୋଇନ ଥିଲା । ହେରୋଇନ ବୋଝେଇ ଡଙ୍ଗା ସହ ସମସ୍ତଙ୍କୁ ଗିରଫ କରାଯାଇଛି। ତଦନ୍ତ ଜାରି ରହିଛି ବୋଲି ମଙ୍ଗଳବାର ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.