କ୍ଷୁଦ୍ର ଗଳ୍ପ : ସୂର୍ଯ୍ୟ ଓ ଶ୍ୱେତପଦ୍ମା

● ନୀଳାକ୍ଷୀ ରଥ ●

ମୋର ଦେହ ଭଲ ନଥିଲା । ମୁଁ ଜିଲ୍ଲା ସଦର ଡ଼ାକ୍ତରଖାନାକୁ ବାହାରିଥିଲି ଦେହଟିକେ ଦେଖେଇଦେବି ବୋଲି । ମୁଁ ପଚିଶି ବର୍ଷର ଜଣେ ହୃଷ୍ଟପୃଷ୍ଟ ଯୁବକ । ମୋର ସେମିତି କିଛି ହେଇନଥିଲା । ହଁ କେବଳ କିଛି ଦିନ ହେଲା ପେଟରେ ସାମାନ୍ୟ ବଥା ଅନୁଭବ କରୁଥିଲି । ଜିଲ୍ଳା ସଦର ସହରଠାରୁ ଅଳ୍ପ ଦୂର ଥିଲା ମୋର ନିଜ ଗାଁ । ଜିଲ୍ଲା ସଦର ଥିଲା ମୋର ମାମୁଁ ଘର । ସେଠି ସେମିତି କିଛି ନୂଆ ନଥିଲା । ତେବେ ସେଦିନ ଥିଲା ମୋ ପାଇଁ ଏକ ନୂତନ ଅନୁଭବ । ଚିରାଚରିତ ଢଙ୍ଗରେ ସେମିତି ମୁଁ ଯାଉଥିଲି ମାମୁଁ ଘର ପିଲା ଦିନରୁ ,କିନ୍ତୁ ଏଥର ସ୍ୱାଗତ ମୋର ଭିନ୍ନ ଢଙ୍ଗରେ ହୋଇଥିଲା । ପିଲା ଦିନରୁ ମୋ ମାଁ ଓ ମାଇଁଙ୍କ ଭିତରେ କଥା ଥିଲା ସେମାନେ ପରସ୍ପର ସମୁଦୁଣୀ ହେବେ । ମୋର ମାମୁଁଙ୍କର ଝିଅ ମୋଠୁ ବହୁତ ସାନ । ତାକୁ କେବେ ମୁଁ ସେମିତି କିଛି ଅଲଗା ଦୃଷ୍ଟିରେ ଦେଖିନଥିଲି । ସେ ବି ସେମିତି କିଛି ବିଶେଷତ୍ୱ ବହନ କଲାଭଳି କେବେ ଅନୁଭବ ହୋଇନଥିଲା । ଏମିତିରେ ପଚିଶି ବର୍ଷର ବସନ୍ତ ଭିତରେ ମୋର ଜୀବନରେ ଯେ କିଏ କେବେ ଆସିନଥିଲେ ସେମିତି ବି ନୁହଁ । ମୁଁ ଯେ ଜଣେ ସିଦ୍ଧ ପୁରୁଷ ୟା’ ବି କହିପାରିବିନି । କିନ୍ତୁ ତାକୁ ମୁଁ କେବେ ଭିନ୍ନ ଦୃଷ୍ଟିରେ ଦେଖିନଥିଲି । ସେଦିନ ମୁଁ ତାଙ୍କ ଘରେ ପହଂଚିଲା ପରେ ସମସ୍ତେ ଯେମିତି ସଂଭ୍ରମ ହେଇଯାଇଥିଲେ । ମୋର ସ୍ୱାଗତରେ ଟିକେ ଅଧିକ ବ୍ୟସ୍ତତା ଦେଖେଇବା ମୁଁ ଅନୁଭବ କରୁଥିଲି କଣ କେମିତି ମୋତେ ଆପ୍ୟାୟିତ କରିବେ ମାଇଁ ଲାଗିପଡ଼ିଥିଲେ । ତାଙ୍କର ବ୍ୟସ୍ତତା ବାରିହେଇପଡ଼ୁଥିଲା । ମାମୁଁ ବଜାର ଯିବା ପାଇଁ ପ୍ରସ୍ତୁତ ହେଇଗଲେ କିଛି ଗୋଟେ ଆଣିବା ଉଦ୍ଦେଶ୍ୟରେ । ଯୋଉଥିରେ ମୋର ଆତିଥ୍ୟରେ ସେ ମୋତେ ଉଣା କରିବାକୁ ଦେବେନି । ସାନ ପୁଅଟିକୁ ଅନେକ କାମର ବରାଦ ଦେଉଥିଲେ ମାଇଁ କିନ୍ତୁ ତାଙ୍କ ଝିଅକୁ ନୁହେଁ । ହଠାତ ସମସ୍ତେ କାର୍ଯ୍ୟବସ୍ତ୍ୟତା ଦେଖେଇ ଅପସରିଗଲେ ଆମ ପାଖରୁ । ସାନ ପୁଅଟିକୁ ଡ଼ାକିନେଲେ ବାହାନା କରି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୋତେ ଏ ସବୁ ବ୍ୟବହାର ଅଣନିଶ୍ୱାସୀ କରିପକଉଥିଲା । ହଠାତ ଏ ପରିବର୍ତନ ମୋତେ କେମିତି ଅଡ଼ୁଆରେ ପକେଇଦେଇଥିଲା । ମୋ ପାଖରେ କେବଳ ଏକାକୀ ରହିଯାଇଥିଲା ପିଙ୍କି ମୋ ମାମୁଁଙ୍କର ଝିଅ । ମୋର ବାକଦତ୍ତା ହଠାତ ତା ଉପରେ ମୋର ଦୃଷ୍ଟି ପହଁରି ଆସିଲା । ମୁଁ ପଲଙ୍କରେ ବସିଥିଲି ସେ ନିକଟରେ ଠିଆହେଇଥିଲା । ମୁଁ ତାକୁ ଗଭୀର ଭାବରେ ନିରୀକ୍ଷଣ କଲି । ତାକୁ ମୁଁ କେବେ ଏପରି ଆବିଷ୍କାର କରିନଥିଲି । ଧଳା ଆଉ ଗୋଲାପୀ ମିଶା ସାଲୁଆର ପଂଜାବୀରେ ଆଜି ସିଏ ଆକର୍ଷଣୀୟ ମନେ ହେଉଥିଲା । ସାବନା ରଙ୍ଗର ସାଧାରଣ ସ୍ୱାସ୍ଥ୍ୟବତୀ ଝିଅଟିଏ । କୌଣସି ମନ୍ଦିର ଗାତ୍ରରେ ଖୋଦିତ ସୁନ୍ଦରପାଷଣ ପ୍ରତିମାଟିଏ ପରି ପ୍ରତୀତ ହେଉଥିଲା ମୋତେ । ଗଭୀର ଭାବରେ ଥରେ ତାକୁଦେଖିବାକୁ କେଜାଣି କାହିଁକି ମୋତେ ଖୁବ ଇଚ୍ଛା ହେଲା । ମୋର ଅଜାଣତରେ ମୁଁ ଅନେକ ସମୟ ଧରି ମୁଗ୍ଧ ଚାହାଣୀରେ ଚାହିଁ ରହିଲି । ପିଙ୍କି ସରମୀଲତାଟେ ଭଳି ଲାଜରେ ଝାଉଁଳି ପଡ଼ୁଥିଲା । ହାତମୁଠା ଦୃଢ ହେଇଯାଉଥିଲା ଅପ୍ରସ୍ତୁତ ଭାବରେ। ମୁକ୍ତା ବିନ୍ଦୁ ପରି ସ୍ୱେଦ ବିନ୍ଦୁ ଗୁଡ଼ିକ ତା କପାଳରେ ଫୁଟି ଉଠୁଥିଲା । କେଉଁ ଏକ ଅପୂର୍ବ ଅନୁଭବରେ ତାର ଓଠ କମ୍ପି ଉଠୁଥିଲା, ଆଖି ବନ୍ଦ ହେଇଯାଉଥିଲା । ଆଖି ବନ୍ଦ ହେଇଯାଉଥିଲେ ବି ଅନୁଭବ ରୂପକ ଆଖିରେ ସେ ମୋର ଚାହାଣୀକୁ ଦେଖିପାରୁଥିଲା । ହାତ ସ୍ଥିର ଅଥଚ ଶକ୍ତ ମୁଠାରେ ଆବଦ୍ଧ ଥିଲେ ବି ହୃଦୟ ଭିତରେ ସେ ଚାହାଣୀକୁ ଗଭୀର ଆଶ୍ଳେଷରେ ସତେଯେମିତି ବାନ୍ଧି ରଖିବାକୁ ଚେଷ୍ଟା କରୁଥିଲା । ଆଃ ! କି ମଧୁର ସେ ଅନୁଭବ । ତାର କୁମାରୀ ଜୀବନରେ ଏ ଅନୁଭବ ତ ସେ କେବେ ପାଇନଥିଲା । ଏମିତି ଅନନ୍ତ କାଳ ପର୍ଯ୍ୟନ୍ତ ଏହା ଥାଆନ୍ତା କି । ତା ମୁଖ ମଣ୍ଡଳରେ ଏମିତି ଏକ ଆତ୍ମତୃପ୍ତିର ଭାବ ତାକୁ ଆହୁରି ସୁନ୍ଦର କରି ଗଢିତୋଳୁଥିଲା ।

Udyog Nursery
Udyogi Nursery

ପୌଷ ମାସର ଥିରି ଥିରି ଶୀତୁଆ ପବନ ଭଳି ମୋ ଚାହାଣୀ ତାର ଶ୍ୱେତ ପଦ୍ମ ରୂପକ ଶରୀରରେ ଛୁଇଁ ଯାଉଥିଲା ଧୀରେ ଧୀରେ ଆଉ ଯେତିକି ଗଭୀର ହେଉଥିଲା ସେ ଚାହାଣୀହୃଦୟ ଅମାନିଆ ହେଇ ଆନ୍ଦୋଳିତ କରିପକାଉଥିଲା ତାକୁ । ଧୀରେ ଧୀରେ ସୂର୍ଯ୍ୟ ତେଜ ବଢିଲା ଭଳି ମୋର ମୁଗ୍ଧ ଦୃଷ୍ଟିପାତ ଗଭୀର ରୁ ଗଭୀରତର ହେବାକୁ ଲାଗୁଥିଲା ଆଉ ଶ୍ୱେତପଦ୍ମର ଶରୀର ଧୀରେ ଧୀରେ ଧବଳରୁ ଗୋଲାପୀ ଗୋଲାପୀ ହେବାକୁ ଲାଗୁଥିଲା । ହଠାତ୍ ଗୋଟିଏ ସେଲ୍ଫି ନେବାକୁ ମୁଁ ଯେମିତି ଅଳୀ କଲାଭଳି ସ୍ୱରରେ ତାକୁ କହିଲି ସେ କୁତ୍ରିମ ଅନିଚ୍ଛା ପ୍ରକାଶ କରି ରାଜି ହେଲା । ହଠାତ ମାଇଁଙ୍କର ଡ଼ାକରେ ସମ୍ବିତ ଫେରି ପାଇଲୁ । ଜଳଖିଆ ଧରି ମାଇଁ ଆସୁଥିଲେ ବାହାରୁ ଡ଼ାକି ଡ଼ାକି, ମୁଁ ତାଙ୍କୁ ମନା କଲି, ମୋର ଦେହ ଭଲ ନାହିଁ , ମୁଁ ଡ଼ାକ୍ତରଙ୍କ ପରାମର୍ଶ ପାଇଁ ଆସିଛି । ଆଉ ଫେରି ଆସିବାକୁ ପ୍ରସ୍ତୁତ ହେଲି । ପିଙ୍କିକୁ ମୋତେ ବାଟେଇ ଦେବା ପାଇଁ ମାଇଁ କହିଲେ । ଧୀର ଅଥଚ ଦୃଢ ସ୍ୱରରେ ପିଙ୍କି କହିଲା – ତୁମର ତ ସାହାସ କମ୍ ନୁହେଁ ।

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.