ଜେକେ ପେପର୍ ମିଲ୍ସର ନି- କ୍ଷୟ ମିତ୍ର କାର୍ଯ୍ୟକ୍ରମ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭାରତ ସରକାରଙ୍କ “ପ୍ରଧାନମନ୍ତ୍ରୀ ଟି ବି ମୁକ୍ତ ଭାରତ ” ଯୋଜନା ଅନ୍ତର୍ଗତ ନି- କ୍ଷୟ ମିତ୍ର କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡଃ ମମତା ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ (ଟି ବି), ମୁଖ୍ୟ ଅତିଥି ଓ ଡଃ ବିରଞ୍ଚିନାରାୟଣ ପଣ୍ଡା, ଜଏଣ୍ଟ ଡାଇରେକ୍ଟର ଓ ଅଧ୍ୟକ୍ଷ, ଇ ଏସ୍ ଆଇ ହସ୍ପିଟାଲ, ଜେଜେପୁର ଯୋଗ ଦେଇଥିଲେ ଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ କାଗଜ କଳ ଦ୍ଵାରା୧୭ ଜଣ ଯକ୍ଷ୍ମା ରୋଗୀଙ୍କୁ ପୌଷ୍ୟ ଭାବରେ ଗ୍ରହଣ କରାଯାଇ, ସିଏସ୍ ଆର ବିଭାଗ ଦ୍ଵାରା ପୌଷ୍ଟିକ ଆହାର କିଟ୍ ପ୍ରଦାନ କରାଯାଇଥିଲା ଏବଂ ଆଗାମୀ ୬ ମାସ ପର୍ୟ୍ୟନ୍ତ ଏହା ପ୍ରଦାନ କରାଯିବ ବୋଲି ମିଳନ ଲେଙ୍କା, ଉପ ପ୍ରବନ୍ଧକ, ଜେକେ ପେପର୍ ମିଲ୍ସ ସୂଚନା ଦେଇଥିଲେ। ଡଃ ମମତା ସାହୁ ରୋଗୀ ମାନଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ ନିୟମିତ ଔଷଧ ସେବନ ଓ ପ୍ରଦାନ କରାଯାଇଥିବା ପୌଷ୍ଟିକ ଆହାର ଭୋଜନ କରିବାକୁ ପରାମର୍ଶ ଦେଇଥିଲେ। ଡଃ ପଣ୍ଡା ସେମାନେ ସତର୍କ ରହିବା ସଙ୍ଗେ ସଙ୍ଗେ ପରିବାର ବର୍ଗ ସୁରକ୍ଷିତ ରହିବେ ତାହା ବୁଝାଇଥିଲେ। ଉପ ପ୍ରବନ୍ଧକ ସି ଏସ୍ ଆର, ହରିହର ଖମାରି ସ୍ଵାଗତ ଭାଷଣ ଦେଇଥିଲେ ଓ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.