ବ୍ରାହ୍ମଣୀ ଓ ଧୁନକେଡା ଗାଁରେ ମନରେଗା କାମକରି ପ୍ରାପ୍ୟ ପାଇନାହାନ୍ତି ଶ୍ରମିକ: ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ ଶ୍ରମିକ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସରକାର ଦାଦନ ଶ୍ରମିକ ରୋକିବା ପାଇଁ ମନରେଗା ଯୋଜନା ନାମରେ କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରୁଥିବା ବେଳେ ତାହା ଗ୍ରାମାଞ୍ଚଳରେ ଫେଲ ମାରିଛି। ଏଭଳି ଏକ ଅଭିଯୋଗ ଦେଖିବାକୁ ମିଳିଛି ଡେଙ୍ଗ ପଞ୍ଚାୟତ ଧୁନକେଡା ଓ ବ୍ରାହ୍ମଣୀ ଗାଁରେ। ପ୍ରକାଶ ଯେ, ଏହି ଶ୍ରମିକମାନେ ଧୁନକେଡା ଗାଁରେ ଦୀର୍ଘ ୧ ବର୍ଷ ହେଲା ମନରେଗା କାଯ୍ୟ ପାଉଣା ଟଙ୍କା ନ ପାଇଁ ହନ୍ତସନ୍ତ ହେବା ସହ ନାହିଁ ନ ଥିବା ହଇରାଣ ହରକତ ହୋଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଆରଏସ, ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପଯ୍ୟନ୍ତ ଗୁହାରୀ କରିଥିଲେ। ତେବେ କେହି ମଧ୍ୟ ଗରିବ ମଜୁରୀ ଶ୍ରମିକ ମାନଙ୍କ କଥା ଶୁଣି ନ ଥିଲେ। ଯାହା ଫଳରେ ଶ୍ରମିକ ମାନେ ନିରାଶ ହୋଇପଡିଛନ୍ତି। ଏ ନେଇ ଜିଆରଏସ ଶ୍ରମିକମାନଙ୍କୁ ଉକ୍ତ ଟଙ୍କା ଭୁଲି ଯାଅ ନ ଆଉ ମିଳିବ ନାହଁ ବୋଲି କହିଥିଲେ ବୋଲି ଶ୍ରମିକମାନେ ସାମ୍ବାଦିକମାନଙ୍କ ଠାରେ ଗୁହାରି କରିଥିଲେ। ପୁଣି ଆଉ ଏକ ଘଟଣା ସାମ୍ନା ଆସିଛି। ଏହି ବ୍ରାହ୍ମଣୀ ଗାଁରେ ଏକ ପୋଖରୀ ଆଡିବନ୍ଧ ନିର୍ମାଣ ପାଇଁ ମନରେଗା ଯୋଜନାରୁ ୧୦ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ଶ୍ରମିକ ମାନେ କାଯ୍ୟ କରି ୩ ମାସ ହେଲା ନ ତାଙ୍କ ପାଉଣା ନ ମିଳିବା ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ସଇଁତଲା ବିଡିଓ ଚନ୍ଦ୍ରମଣି ନାଗଙ୍କୁ ଭେଟି ଏକ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ଜିଆରଏସ ଓ ଗାଁ ସାଥି ସମ୍ପୃକ୍ତ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କ ଶ୍ରୀ ବିଡ଼ିଓ ଶ୍ରୀ ନାଗ ଉଭୟ ଅଭିଯୋଗକାରୀ ଶ୍ରମିକ ଓ ଜିଆରଏସ, ଗାଁ ସାଥି ଓ ବ୍ଲକ ଅଧିକାରୀଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଛନ୍ତି। ଯଦି ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ବ୍ଲକ ସମ୍ମୁଖରେ ଧାରଣ ଦିଆ ଯିବ ବୋଲି ଶ୍ରମିକ କୈଲାସ ଛତ୍ରୀୟା, ପ୍ରଫୁଲ୍ଲ ବାଗ, ତ୍ରିଲୋଚନ ସୁନା, ଚନ୍ଦ୍ରଧ୍ଵଜ ଛତ୍ରୀୟା, ଧନନ୍ତରି ଯାନୀଙ୍କ ସମେତ ଶ୍ରମିକମାନେ ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.