ଡ୍ରାଇଭର ମାନଙ୍କ ଷ୍ଟେରିଙ୍ଗ ଛଡ଼ା ଆନ୍ଦୋଳନ ଯୋଗୁଁ ୨୮କିଲୋମିଟର ଚାଲିଲେ ବର ଓ ବରଯାତ୍ରୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଡ୍ରାଇଭର ମାନଙ୍କ ଷ୍ଟେରିଙ୍ଗ ଛଡ଼ା ଆନ୍ଦୋଳନ ଯୋଗୁଁ ୨୮ କିଲୋମିଟର ଚାଲି ଚାଲି ଫେରିଲେ ବର ସାଥେ ବରଯାତ୍ରୀ। ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପର୍ଥିଗୁଡ଼ା ଗାଁ ରୁ ବରଯାତ୍ରୀ ସହ ଚାଲି ଚାଲି ବରାତି ପାର୍ଟି ଯିବା ଭଳି ଏକା ଘଟଣା ସାମ୍ନାକୁ ଆସିଛି। ଯାହା କି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଡ୍ରାଇଭର ମାନଙ୍କ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନରେ ବନ୍ଦର ପ୍ରଭାବ ପଡିଥିବାରୁ ଏଭଳି ଘଟଣା ବୋଲି ଅଞ୍ଚଳ ଚର୍ଚ୍ଚା ଜୋର ଧରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ। ସୁନାଖଣ୍ଡି ପଂଚାୟତ ପାର୍ତିଗୁଦା ରୁ ବରଯାତ୍ରୀ ମାନେ ସିଧା ରାସ୍ତା ଦୀର୍ଘ ଚଉଦ କିଲୋମିଟର ଯିବା ପରିବର୍ତ୍ତେ ଗାଡି ସୁବିଧା ନ ହେବାରୁ ଦୀର୍ଘ ୨୮ କିଲୋମିଟର ବୁଲି କନ୍ୟା ଘର ଡିବାଲୁପାଡୁ ଗାଁରେ ବିଳମ୍ବିତ ରାତିରେ ବରଯାତ୍ରୀ ପହଞ୍ଚିବା ପରେ ବାହାଘର ହୋଇଥିବା ଜଣାପଡିଛି। ଗତକାଲି ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଥିବାରୁ ବରଯାତ୍ରୀ ମାନେ ଚାଲି ଚାଲି ଯାଇଥିବା ବେଳେ ଆଜି ଆନ୍ଦୋଳନ ସ୍ଥଗିତ ହେଇଥିବାରୁ ଗାଡ଼ି ବ୍ୟବସ୍ତା କରାଯିବା ପରେ ବରଯାତ୍ରୀ ଫେରିଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.