ରାୟଗଡାର ମହିଳା ଅନୁଷ୍ଠାନ ‘ସଂସ୍କୃତି’ର ରୈାପ୍ୟ ଜୟନ୍ତି ସମାରୋହ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡାର ମହିଳା ଅନୁଷ୍ଠାନ ‘ସଂସ୍କୃତି’ ତାହାର ୨୫ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ମହା ସମାରୋହରେ ରୌପ୍ୟ ଜୟନ୍ତି ପାଳନ କରିଛି। ଅନୁଷ୍ଠାନର ସଭାପତି ସୁଜାତା ପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକମ୍ରରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କୁନି କଳାକାରମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ଅତିଥିମାନଙ୍କ ଦ୍ୱାରା ସଂସ୍କୃତିର ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ସଭାପତି ଶ୍ରୀମତି ପାଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନୁଷ୍ଠାନର ସଂପାଦିକା ସରସ୍ୱତୀ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ। ନାରୀମାନଙ୍କୁ ସେମାନଙ୍କ ମୈାଳିକ ଅଧିକାର ପାଇବା ପାଇଁ ତଥା ନାରୀ ନିର୍ଯ୍ୟାତନାକୁ ବିରୋଧ ସହ ଓଡିଆଙ୍କ କଳା ଓ ସଂସ୍କୃତିକୁ ଉଦଜୀବିତ କରି ରଖିବା ପାଇଁ ସଂସ୍କୃତି ଅନୁଷ୍ଠାନର ମୂଳ ଉଦ୍ଦେଶ୍ୟ। ସ୍ୱାଧୀନତା ଦିବସ ଠାରୁ ଆରମ୍ଭ କରି ରାୟଗଡା ଜିଲ୍ଳାର ସାଂସ୍କୃତିକ ମହାକୁମ୍ଭ ‘ଚଇତି’ ଭଳି ମହୋତ୍ସବ, ଶିଶୁ ଦିବସ, ଜନ୍ମାଷ୍ଟମୀ ଆଦି ଉତ୍ସବରେ ମହିଳାମାନଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ କରାଇ ସେମାନଙ୍କୁ ଉତ୍ସାହିତ କରାଇବା ସହ ମହାମାରୀ କୋଭିଡ ସମୟରେ ଅନୁଷ୍ଠାନ ପକ୍ଷରୁ କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ଭଳି କାର୍ଯ୍ୟକ୍ରମଗୁଡିକ ହାତକୁ ନିଆଯାଇଛି ଏବଂ ରାୟଗଡା ଭଳି ଉପାନ୍ତ ଅଂଚଳରେ ଓଡିଆଙ୍କ ସଂସ୍କୃତିକୁ ନେଇ ସଂସ୍କୃତି ଅନୁଷ୍ଠାନ ଏକ ଉପାନ୍ତ ପ୍ରହରୀ ଭାବେ କାମ କରୁଛି ବୋଲି ସଂପାଦିକା ଶ୍ରୀମତି ସାହୁ ପ୍ରକାଶ କରିଥିଲେ। ସେହିପରି ମୁଖ୍ୟ ଅତିଥି ଶ୍ରୀ ରାଓ ସଂସ୍କୃତି ଅନୁଷ୍ଠାନ ଗଠନ ଦିନ ଠାରୁ ଆଜି ପର୍ଯ୍ୟନ୍ତ କେବଳ ମହିଳାଙ୍କ ଅଧିକାର ପାଇଁ ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ନିମନ୍ତେ କାର୍ଯ୍ୟ କରି ଆସୁଥିବା ସେ ଦେଖିଛି ବୋଲି କହିବା ସହ ରାୟଗଡାରେ ମହିଳା ଶକ୍ତିକୁ ଆହୁରି ଟାଣ କରିବା ପାଇଁ ସଂସ୍କୃତି ଅନୁଷ୍ଠାନର ସଦସ୍ୟାମାନଙ୍କୁ ଆହ୍ୱାନ ଦେଇଥିଲେ। ରାଜ୍ୟରେ ନବୀନ ସରକାର ମହିଳାଙ୍କ କ୍ଷେତ୍ରରେ ମିଶନ ଶକ୍ତି ମାଧ୍ୟମରେ ଅନେକ ଲୋକାଭିମୁଖ୍ୟୀ ଯୋଜନାର ସଫଳ ରୂପାୟନ କରିବା ସହ ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ସୁଯୋଗ ସୃଷ୍ଟି କରିପାରିଥିବା ବେଳେ ରାୟଗଡାର ସଂସ୍କୃତି ଅନୁୁଷ୍ଠାନ ସମଗ୍ର ଜିଲ୍ଳାରେ ୧ନମ୍ବର ମହିଳା ଅନୁଷ୍ଠାନ ଭାବେ ନିଜର ଦାୟିତ୍ୱ ସଂପାଦନା କରୁଛି ବୋଲି କହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରୈାପ୍ୟ ଜୟନ୍ତି ପାଳନ ଅବସରରେ ଆରଡିସି ସ୍ତରରେ ଚୟନ ହୋଇ ନୂଆ ଦିଲ୍ଲୀ ଠାରେ ଗଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରିଥିବା ମହିଳା ମହାବିଦ୍ୟାଳୟର ଏନସିସି କ୍ୟାଡେଟ୍ ଅର୍ପିତା ପାଢୀ, ସମାଜସେବୀ ରାଜେଶ୍ୱରୀ ଦଳେଇ, ବ୍ୟାଡମିଂଟନ ଖେଳାଳୀ ସ୍ୱିଟିପ୍ରିୟା ପ୍ରଧାନ, ଜାତୀୟସ୍ତରରେ ରଚନା ପ୍ରତିଯୋଗିତାରେ କୃତୀ ଲାଭ କରିଥିବା ଛାତ୍ରୀ ଶୁଭଶ୍ରୀ ସାହୁ, ସଫେଇ କର୍ମଚାରୀ ଜେ.କୁମାରୀଙ୍କ ସମେତ ଅନୁଷ୍ଠାନର ପୂର୍ବତନ ସଭାପତି ଶ୍ରୀମତି ସୁଜାତା ମାଦଳା ଏବଂ ୨ଗୋଟି ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ମଂଚରେ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ତଥା ସମ୍ମାନୀତ କରାଯାଇଥିଲା। ଏଥିସହ ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କୁ ଏବଂ ଉପଦେଷ୍ଠା ପଦ୍ମାଳୟା ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଶେଷରେ ୯ଟି ସାଂସ୍ଖୃତିକ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଅନୁଷ୍ଠାନର ଉପସଭାପତି ରେଣୁବାଳା ପାଣିଗ୍ରାହୀ, କୋଷାଧ୍ୟକ୍ଷା ଶର୍ମିତା ପାଢୀ, ଲକ୍ଷ୍ମୀ ଦେଓ ଏବଂ ଅନ୍ୟ ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.