• କ୍ରୀଡାବିତ୍ ହେଉଛନ୍ତି ହନ୍ତସନ୍ତ
• ୭ବର୍ଷ ହେଲା ଜାଗା ଅଭାବରୁ ଅନୁଦାନ ଟଙ୍କା ଧରି ବସିଛି କ୍ରୀଡା ବିଭାଗ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): କ୍ରୀଡାର ବିକାଶ ପାଇଁ ରାୟଗଡା ପୈାରାଂଚଳରେ ୭ବର୍ଷ ତଳେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫ଏକର ସରକାରୀ ଜାଗାରେ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ପାଇଁ ଅନୁଦାନ ପ୍ରଦାନ କରାଯାଇଥିଲା। ତେବେ ବିଡମ୍ବନାର ବିଷୟ ରାୟଗଡା ପୈାରାଂଚଳରେ ସରକାରୀ ଜାଗା ମିଳୁ ନ ଥିବାରୁ ଏଯାବତ୍ ମିନି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟର ଆରମ୍ଭ ତ ଦୂରର କଥା ମିନି ଷ୍ଟାଡିୟମ ନିମନ୍ତେ ବିଭାଗୀୟ ଚିଠି ଆସିଥିବା ଏବଂ ଅନୁଦାନ ଟଙ୍କା ରହିଥିବା ମଧ୍ୟ ପୈାର ନିର୍ବାହୀ ଅଧିକାରୀଙ୍କ ପାଖେ ଖବର ନାହିଁ। ବର୍ଷ ବର୍ଷ ଧରି ରାୟଗଡ ପୈାରାଚଂଳରେ ଥିବା କ୍ରୀଡାବିତ ତଥା ଖେଳାଳୀମାନେ ଏକ ଷ୍ଟାଡିୟମ୍ ନ ଥିବାରୁ ଉପଯୁକ୍ତ ତାଲିମ ନ ପାଇ ବିଭିନ୍ନ ଖେଳରେ ଏକ ନମ୍ବର ଭଳି ଦକ୍ଷତା ପାଇ ପାରୁ ନାହାନ୍ତି। କ୍ରୀଡାବିତ ଓ ସ୍ଥାନୀୟ ଅଭିଭାବକମାନେ ବାରମ୍ବାର ଜିଲ୍ଳା ପ୍ରଶାସନ ପାଖେ ନିବେଦନ କରୁଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଆନ୍ତରିକତା ଅଭାବରୁ ଅନୁଦାନ ଥାଇ ମଧ୍ୟ ନିର୍ମାଣ ହୋଇ ପାରୁନାହିଁ ମିିନି ଷ୍ଟାଡିୟମ। ବର୍ତ୍ତମାନ ଆମ୍ବଗୁଡା ଠାରେ ଥିବା ଉଚ୍ଚ ବିଦ୍ୟାଳୟ ପଡିଆରେ ୯କୋଟି ୫୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କ୍ରୀଡା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ପୈାରାଚଂଳରେ କ୍ରୀଡାବିତମାନଙ୍କ କ୍ରୀଡାର ବିକାଶ ପାଇଁ ମିନି ଷ୍ଟାଡିୟମ ଓ ବହୁମୁଖୀ ଇନଡୋର ଷ୍ଟାଡିୟମ୍ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଥିଲେ ମଧ୍ୟ ଏଗୁଡିକର ନିର୍ମାଣ ଦିଗରେ ଅହେତୁକ ବିଳମ୍ବ ହେଉଥିବା ସ୍ୱତେ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ କ୍ରୀଡାବିତମାନଙ୍କ ସ୍ୱପ୍ନକୁ ଧୂଳିସାତ୍ କରି ଦିଆଯାଉଥିବା ନେଇ କ୍ରୀଡାବିତ ମହଲରେ ଚର୍ଚ୍ଚା ଜୋର ଧରିଛି। ଜିଲ୍ଳାର ୧୧ଗୋଟି ବ୍ଳକ ଏବଂ ୩ ଗୋଟି ସହରାଂଚଳରେ ମୋଟ ୧୪ ଗୋଟି ମିନି ଷ୍ଟାଡିୟମ ନିର୍ମାଣ ପାଇଁ କ୍ରୀଡା ଓ ଯୁବ aaବ୍ୟାପାର ବିଭାଗ ପକ୍ଷରୁ ଅର୍ଥ ମଂଜୁର କରାଯାଇଥିଲା। ବର୍ତମାନ ୧୧ଗୋଟି ବ୍ଳକସ୍ତରୀୟ ମିନି ଷ୍ଟାଡିୟମ୍ ମଧ୍ୟରୁ ପଦ୍ମପୁର,କୋଲନରା,ଗୁଡାରୀ,ରାୟଗଡାରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ କଲ୍ୟାଣସିଂହପୁର ବ୍ଳକରେ ସରକାରୀ ଜାଗା ନ ଥିବାରୁ ସେଠାରେ ମଧ୍ୟ ଏହି ମିନି ଷ୍ଟାଡିୟମ୍ ଝୁଲନ୍ତା ଅବସ୍ଥାରେ ପଡି ରହିଛି। ଗତ ୨୦୧୬-୧୭ ଆର୍ଥିକ ବର୍ଷରେ ୧୦ଲକ୍ଷ ଟଙ୍କା ଏବଂ ୨୦୧୭-୧୮ ବର୍ଷରେ ଆଉ ୧୦ ଲକ୍ଷ ଟଙ୍କା ଅନୁଦାନ ସହ ସ୍ଥାନୀୟ ସାଂସଦ ଓ ବିଧାୟକ ପାଣ୍ଠିରୁ ୫ଲକ୍ଷ ମୋଟ ୨୫ଲକ୍ଷ ଟଙ୍କାରେ ରାୟଗଡ ସହରାଂଚଳରେ ମିନି ଷ୍ଟାଡିୟମ୍ ନିର୍ମାଣ ପାଇଁ ଜିଲ୍ଳା କ୍ରୀଡା ବିଭାଗ ପାଖେ ଅନୁଦାନ ରାଶି ରହିଥିଲେ ମଧ୍ୟ ପୈାର ପ୍ରଶାସନର ଆନ୍ତରିକତା ଅଭାବରୁ ପୈାରାଂଚଳରେ ଜାଗା ନ ମିଳୁଥିବାରୁ ମିନି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ହୋଇ ପାରୁନାହିଁ । ଗତ ୨୦୧୬-୧୭ ବର୍ଷରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୭ବର୍ଷ ଧରି ପ୍ରଶାସନ ସ୍ତରରେ ମିନି ଷ୍ଟାଡିୟମ ନିମନ୍ତେ କେବଳ ଜାଗା ନ ଥିବା ଦର୍ଶଯାଉଛି ନା ଅନ୍ୟ କଣ ଉଦ୍ଦେଶ୍ୟ ରଖି ମିନି ଷ୍ଟାଡିୟମ୍ ନିର୍ମାଣରେ ବିଳମ୍ବତା ଅବଲମ୍ବନ କରାଯାଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ଏ ନେଇ ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଅଲିନୁରଙ୍କୁ ରାୟଗଡା ପୈାରାଂଚଳର ମିନି ଷ୍ଟାଡିୟମ୍ ନିର୍ମାଣ ସଂପର୍କରେ ପଚାରି ବୁଝିବାରୁ ସେ ପୈାରାଂଚଳରେ ୫ଏକର ଜାଗା ପୈାର ପ୍ରଶାସନ ପକ୍ଷରୁ ଦିଆ ଯାଉ ନ ଥିବାରୁ ଆଜି ଯାଏଁ ଅନୁଦାନ ରାଶି ବିଭାଗ ପାଖେ ପଡି ରହିଥିବା ପ୍ରକାଶ କରିଛନ୍ତି। ସେହିପରି ପୈାର ନିର୍ବାହୀ ଅଧିକାରୀ ୟାସିର ବିଲାଲ୍ ଅହମ୍ମଦଙ୍କୁ ଜାଗା ବିଷୟରେ ପଚାରିବାରୁ ମିନି ଷ୍ଟାଡିୟମ ନିର୍ମାଣ ନେଇ କ୍ରୀଡା ବିଭାଗ ପକ୍ଷରୁ କୈାଣସି ପ୍ରକାର ଚିଠି ଆସିଥିବା ବିଷୟରେ ସେ ଅବଗତ ନ ଥିବାରୁ ମିନି ଷ୍ଟାଡିୟମ ବିଷୟରେ ମୁଁ କହି ପାରିବି ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି।