ପୋଲିସ ଇନଫରମର ସଂଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ଖପ୍ରାଖୋଲ,୨୯/୪ : ବଲାଂଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଖୁରିପାନୀ ଗାଁର ତ୍ରିଲୋଚନ ତରିଆ ନାମକ ଜଣେ ଯୁବକଙ୍କୁ ପୋଲିସ ଇନଫରମର ସଂଦେହରେ ହତ୍ୟା କରିଛନ୍ତି ମାଓବାଦୀ । ତ୍ରିଲୋଚନକୁ ହତ୍ୟା କରିବା ସହ ଏହାର କାରଣ ସମନ୍ଧରେ ଏକ କାଗଜରେ ଲେଖି ଛାଡି ଯାଇଛନ୍ତି ଲାଲ୍ ବାହିନୀ ।

ଏଥିରେ ଲେଖା ଯାଇଛିକି, ତ୍ରିଲୋଚନ ଓ ଅନ୍ୟ କେତେକ ଲୋକ ଆଗରୁ ମାଓବାଦୀ ପାର୍ଟିର ସଦସ୍ୟ ଭାବରେ କାମ କରୁଥିଲେ । ପରେ ଏମାନେ ପୋଲିସ ଇନଫରମର ହିସାବରେ ୨-୩ ବର୍ଷ ହେଲା ମାଓବାଦୀ ପାର୍ଟି ବିରୁଦ୍ଧରେ କାମ କରୁଛନ୍ତି । ମାଓବାଦୀ ନାମରେ ଚାନ୍ଦା ଅସୁଲ କରିବା, ଜନତାଙ୍କ ଉପରେ ଗୁଣ୍ଡା ଗର୍ଦି କରିବା, ଗନ୍ଧମାର୍ଧନ ପାହାଡର ମାଓବାଦୀ କେମ୍ପ ସଂପର୍କରେ ସଂଧାନ କରି ପୋଲିସକୁ ସୂଚନା ଦେବା, ଜଙ୍ଗଳରେ ମାଓବାଦୀ ଡେରା ସମନ୍ଧରେ ପୋଲିସକୁ ସୂଚନା ଦେବା, ମାଓବାଦୀଙ୍କ ଜୋତା ଚିହ୍ନର ସଂଧାନ କରି ପୋଲିସକୁ ସୂଚନା ଦେବା ଇତ୍ୟାଦି କାମ କରି ଆସୁଥିଲେ । ଅନେକ ଥର ବୁଝାଇବା ସତ୍ତ୍ବେ ମଧ୍ୟ ଏହି ବ୍ୟକ୍ତି ସୁଧୁରୀ ନଥିଲା । ତେଣୁ ତ୍ରିଲୋଚନକୁ ମୃତ୍ୟୁଦଣ୍ଡ ଦିଆଗଲା । ଯଦି ଅନ୍ୟମାନେ ନ ସୁଧରନ୍ତି ତେବେ ସେମାନଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ମାଓବାଦୀ ମାନେ ତାଙ୍କର ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ।

ସ୍ବତନ୍ତ୍ର ପ୍ରତିନିଧି ରାମ ନାରାୟଣ ବାଗ ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.