କେବଳ କାଗଜ କଲମରେ ସୀମିତ ଐତିହ୍ୟ ବିକାଶ

ସୋନପୁର,୨୯/୪ : ସୁବର୍ଣ୍ଣପୁର ଜିଲ୍ଲା ଅଞ୍ଚଳରେ ଥିବା ବିଭିନ୍ନ ଐତିହ୍ୟର ବିକାଶ କାଗଜ କଲମରେ ସୀମିତ ରହିଥିବା ପ୍ରମାଣିତ ହୋଇଛି । ସମସ୍ତ ଐତିହ୍ୟ ମଧ୍ୟରୁ ସହର ମଝିରେ ଥିବା ପଚଂରଥ, ମନ୍ଦିର ଅନ୍ୟତମ । ତେବେ ସରକାର ଓ ପ୍ରଶାସନର ଉଦାସୀନତା ମନୋବୃତ୍ତି କାରଣରୁ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଗାଯଚାରେ ଚାଲିଛି । ଏହା ଆର୍ଶ୍ଚଯ୍ୟ ଲାଗୁଥିଲେ ମଧ୍ୟ ସତ ବୋଲି ଜଣାପଡିଛି । ପଚଂରଥ ମନ୍ଦିରରେ ପଚଂ ଦେବଙ୍କ ସମସ୍ତ ପୂଜା କାର୍ଯ୍ୟସହ ଜିଲ୍ଲାର ସମସ୍ତ ମନ୍ଦିର ଗୁଡିକରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ । ଏହା ସହରର ପୈାର ପରିଷଦ ଅଧିନରେ ଥିଲେ ମଧ୍ୟ  ଅବହେଲିତ । ଆଉ କିଛି ଓଡିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧିନରେ ଥିଲେ ମଧ୍ୟ ମନ୍ଦିର ଗୁଡିକର ଅବସ୍ଥା କହିଲେ ନ ସରେ । ସହର ର କିଛି ମନ୍ଦିର ରେ ଦୈନିକ ବିବାହ, ବ୍ରତ, ହୋମ, ଯଜ୍ଞ ଆଦି ବିଭିନ୍ନ ଶୁଭକାର୍ଯ୍ୟ ସହ ନାନାଦି ସଙ୍ଗଠନର ବୈଠକ ଲାଗି ରହିଥାଏ । ସେହି ଅନୁସାରେ ଦୈନିକ ମନ୍ଦିର ଗୁଡିକରେ ଭକ୍ତଙ୍କ ଅସଂଖ୍ୟ ଗହଳି ହୁଏ ।  ବହୁ ପୁରାତନ ଏହି ମନ୍ଦିର ଗୁଡିକର ର ସୌନ୍ଦର୍ଯ୍ୟକରଣ ବୃଦ୍ଧି କରିବା ଉଦେଶ୍ୟରେ ଜିଲ୍ଲାର ପ୍ରତେକ ମନ୍ଦିର କମିଟି ତରଫରୁ ଜିଲା ପ୍ରଶାସନ ଓ ସରକାରଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ କମିଟି ତରଫରୁ ବହୁ କଷ୍ଟରେ ଛୋଟ ବଡ କାର୍ଯ୍ୟ ଗୁଡିକ ଚାଲୁଛି । ମନ୍ଦିରର ରୋଷଶାଳାଠାରୁ ଆରମ୍ଭ କରି ବାହ୍ୟ ପ୍ରାଚୀର ଓ ମନ୍ଦିର ଫାଟକର ନିର୍ମାଣ କାର୍ଯ୍ୟ କମିଟି ହାତକୁ ନେଇ ନିଜ ଖର୍ଚ୍ଚରେ ନିର୍ମାଣକାର୍ଯ୍ୟ ଚାଲୁ ରଖିଛନ୍ତି । ବହୁ ବଦାନ୍ୟ ବ୍ୟକ୍ତିଙ୍କ ଦାନ ସହଯୋଗରେ ଏହି କାର୍ଯ୍ୟ ଚାଲିଥିବା ଜଣାପଡିଛି । ବର୍ତମାନ ଖରା ଦିନ ଥିବା ହେତୁ ମନ୍ଦିର ଗୁଡିକର ପାଖରେ ଥିବା ପାନିୟ ଜଳ ବ୍ୟବସ୍ଥା କହିଲେ ନ ସରେ । ବିଭିନ୍ନ ଐତିହ୍ୟର ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରଚୁର ଅର୍ଥ ବିନିଯୋଗ କରୁଥିବା ଡିଣ୍ଡିମ ପିଟୁଥିଲେ ମଧ୍ୟ ସୁବର୍ଣ୍ଣପୁର ସହରର ମନ୍ଦିର ଗୁଡିକ  କ୍ଷେତ୍ରରେ ଏହା ବାସ୍ତବତାଠାରୁ ବହୁ ଦୂରରେ ବୋଲି ପ୍ରମାଣିତ ହୋଇଛି । କିଛି ଜାଗାରେ ବର୍ଷ ତମାମ ଚୁନ ମଧ୍ୟ ମରାଯାଉନ ଥିବା ପରିଲକ୍ଷିତ ହୁଏ । ଏପରିକି ଏଠାକୁ ଦୈନିକ ଶହଶହ ସଂଖ୍ୟାରେ ଭକ୍ତ ଆସୁଥିଲେ ମଧ୍ୟ ସେମାନଙ୍କ ଶୌଚ ନିମନ୍ତେ ଅଦ୍ୟାବଧି ଶୌଚାଳୟଟିଏ ମଧ୍ୟ ନିର୍ମାଣ ହୋଇ ନ ପାରିବା ଦୁଃଖର କଥା ବୋଲି ମତ ପ୍ରକାଶ ପାଇଛି । ସର୍ବ ପୁରାତନ ଏହି ମନ୍ଦିର ଗୁଡିକ ପ୍ରତି ପ୍ରଶାସନ ଓ ସରକାରଙ୍କ ଏଭଳି ହୀନମାନ୍ୟତା ଭକ୍ତ ଓ ବୁଦ୍ଧିଜୀବୀଙ୍କ ମହଲରେ ଗଭୀର ଉଦବେଗ ସୃଷ୍ଟି କରିଛି । ସୋନପୁର ର ଗର୍ବ ଗୌରବ ବହନ କରୁଥିବା ଏହି ମନ୍ଦିର ଗୁଡିକର ର ସୌନ୍ଦର୍ଯ୍ୟକରଣ ଓ ନିର୍ମାଣ କାର୍ଯ୍ୟ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

Omkar Vasthu
Omkar Vasthu
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

Pearl dental clinic
Near Ashish Medical Store, Bhawanipatna

http://bit.ly/odiabartagroup2

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.