କଳାହାଣ୍ଡିରୁ ଶୁଭିଲା ବହୁଜନ ରାଜନୈତିକ କ୍ରାନ୍ତିର ସ୍ବର

ସାମିଲ ହେଲେ ୬୦ରୁ ଉର୍ଦ୍ଧ୍ବ ସାମାଜିକ ଓ ରାଜନୈତିକ ସଂଗଠନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍ବାଧୀନତାର ଦୀର୍ଘ ସାତ ଦଶନ୍ଧୀ ମଧ୍ୟରେ ନିର୍ବାଚନ ଆସିଛି ଓ ଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କ କୌଣସି ଉନ୍ନତି ସାଧିତ ହୋଇନାହିଁ ।ସେହିପରି ସବୁ ବର୍ଗର ଉନ୍ନତି ପାଇଁ ରାଜନୈତିକ ଦଳଗୁଡ଼ିକ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସୁଛନ୍ତି ସତ କିନ୍ତୁ ନିର୍ବାଚିତ ହେବା ପରେ ନିଜ ନିଜର ପ୍ରତିଶ୍ରୁତିକୁ ଭୁଲିଯାଉଛନ୍ତି । ଯାହାଫଳରେ ଜନସଂଖ୍ୟା ବହୁଳ ହୋଇ ମଧ୍ୟ ଏମାନେ ଆଜି ପର୍ଯ୍ୟନ୍ତ ଯଥାଯଥ ବିକାଶ ପ୍ରକ୍ରିୟାରେ ସାମିଲ ହୋଇପାରିନାହାନ୍ତି । ରାଜନୀତି କ୍ଷେତ୍ରରେ ତ ଏଇମାନଙ୍କ ଭୂମିକା ନଗଣ୍ୟ କହିଲେ ଚଳେ । ଭାରତ ଏକ ସାମ୍ବିଧାନିକ ଗଣତନ୍ତ୍ର ରାଷ୍ଟ୍ର ହୋଇଥିବା ସତ୍ତ୍ବେ ସାମ୍ବିଧାନିକ ନୀତିକୁ ଶାସକ ଦଳ ସଠିକ୍ ଭାବେ କାର୍ଯ୍ୟକାରୀ କରୁନାହାନ୍ତି । ଅଥଚ ଶାସନଗାଦୀରେ ବସିବା ପୂର୍ବରୁ ସମ୍ବିଧାନକୁ ସଠିକ୍ ଭାବେ ରୂପାୟନ କରିବା ପାଇଁ ଶପଥ ନିଅନ୍ତି । ତେବେ ଯେତେଦିନ ପର୍ଯ୍ୟନ୍ତ ସଂଖ୍ୟାବହୁଳ ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ଶାସନ କ୍ଷମତାକୁ ଆସିନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ବହୁଜନଙ୍କ ଦୁଃଖ ଦୂର ହୋଇପାରିବ ନାହିଁ । ଏଥିପାଇଁ ବାବାସାହେବ ଡ. ଭୀମରାଓ ଆମ୍ବେଦକର, ଭାରତୀୟ ସମ୍ବିଧାନ ସହିତ ବହୁଜନ ବିଚାରଧାରାରେ ଉଦବୁଦ୍ଧ ଥିବା ରାଜନୈତିକ ଓ ସାମାଜିକ ସଂଗଠନ ଏକଜୁଟ୍ ହୋଇ ରାଜନୈତିକ ମଇଦାନକୁ ଓହ୍ଲାଇବାକୁ ପଡ଼ିବ । କଳାହାଣ୍ଡିରୁ ସାରା ରାଜ୍ୟରେ ବହୁଜନ ରାଜନୈତିକ କ୍ରାନ୍ତିର ସ୍ବର ଶୁଭିବାକୁ ଯାଉଛି ବୋଲି ଆଜି ଭବାନୀପାଟଣାସ୍ଥିତ ଅମଲାଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବହୁଜନ ବୁଦ୍ଧିଜୀବୀ ସମ୍ମିଳନୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଆବାହକତ୍ବରେ ଆୟୋଜିତ ଏଇ ରାଜ୍ୟସ୍ତରୀୟ ସମ୍ମିଳନୀରେ ରବି ଦାସ ସମାଜର ରାଜ୍ୟ ସଭାପତି ସୀତାରାମ ମେହେର, ସତନାମୀ ସମାଜର ରାଜ୍ୟ ସଭାପତି ଜ୍ୟୋତିଲାଲ ବଞ୍ଜାରେ, ଗରିବ ସେନାର ରାଜ୍ୟ ସଭାପତି ରବି ମଙ୍ଗରାଜ, ବାମସେଫର ରାଜ୍ୟ ପ୍ରଭାରୀ ଜଗଦୀଶ ଯାଦବ, ମୂଳନିବାସୀ ସେନାର ରାଜ୍ୟ ସଭାପତି ହେମନ୍ତ ଗର୍ଡିଆ, ଲିବେରାଲ୍ ଡେମୋକ୍ରାଟିକ୍ ଏଲାଏନ୍ସର ସଭାପତି ଲବ ସୁନା, ସମ୍ବିଧାନ ସଚେତନତା ଅଭିଯାନର ସାଧାରଣ ସଂପାଦକ ହିମାଂଶୁ ବିଭାର, ଭୀମ୍ ଆର୍ମୀର ରାଜ୍ୟ ଉପ ସଭାପତି ଆଶିଷ କୁମାର ନାଏକ, ବହୁଜନ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ଗଙ୍ଗାଧର ଜାଲ, ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା କମଳିନୀ ଯାଦବ, ଆମ୍ବେଦକରାଇଟ୍ ପାର୍ଟି ଅଫ୍ ଇଣ୍ଡିଆର ରାଜ୍ୟ ପ୍ରଭାରୀ ଛବିଲାଲ ନିଆଲ, ବହୁଜନ ସମାଜ ପାର୍ଟିର କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଖଗେଶ୍ବର ନାଏକ, ଦାମୋଦର ଛତ୍ରିଆ, ଅଲ୍ ଇଣ୍ଡିଆ ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ରାଜ୍ୟ ସଭାପତି ରତିକ୍ରୁଷ୍ଣ ପାତ୍ର, ଆମ ବିକାଶ ପାର୍ଟିର ରାଜ୍ୟ ସଂଯୋଜକ ବ୍ରଜ ମଲ୍ଲିକ, ମୂଳନିବାସୀ ୟୁନାଇଟେଡ୍ ଫୋରମର ଅଧ୍ୟକ୍ଷ ବିଦ୍ୟାଧର ଦେହୁରୀ, ଡିଏସ୍ଏମ୍ଓର ସାଧାରଣ ସଂପାଦକ ଅଶୋକ କୁମାର ନାଏକ, ଉପସଭାପତି ଗୌତମ ଗୋପାଳ, ଦାଣ୍ଡିମଲ ସେବକ ସଂଘର ସାଧାରଣ ସଂପାଦକ ସୁରେଶ ଚନ୍ଦ୍ର ନାଏକ, ଦଳିତ ୟୁନାଇଟେଡ୍ ଫୋରମର କାର୍ଯ୍ୟକାରୀ ସଭାପତି ମନୋରଞ୍ଜନ ଜେନା, ଯାଜପୁର ମୂଳନିବାସୀ ୟୁନାଇଟେଡ୍ ଫୋରମର ସଭାପତି ଆର୍ତ୍ତତ୍ରାଣ ମଲ୍ଲିକ, ମାଇନରିଟି ଫୋରମର ସଂପାଦକ ଶେଖ ଇକବାଲ ହସନ, ଖୋର୍ଦ୍ଧା ଜିଲ୍ଲା ଶବର ସଂଘର ସଭାପତି ବିପିନ ଦେହୁରୀ, ଦଳିତ ଆଦିବାସୀ ଅର୍ଗାନାଇଜେସନର ସଭାପତି ଲିଟୁ ଦାସ, ମୂଳନିବାସୀ ସମତା ପରିଷଦର ସଭାପତି ଅଭିରାମ ମଲ୍ଲିକ,ଏସ୍ ସି ଏସ୍ ଟି ଓବିସି ଜଏଣ୍ଟ ଏକ୍ସନ କମିଟିର ସାଧାରଣ ସଂପାଦକ ଅରବିନ୍ଦ ମଲ୍ଲିକ, ଅଲ୍ ଓଡ଼ିଶା ଏସସିଏସଟି ଆଡଭୋକେଟ ଫୋରମର ଲକ୍ଷ୍ମୀଚରଣ ପାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବହୁଜନ ଏକତା ଓ ବହୁଜନ ରାଜନୀତି ଦ୍ବାରା ସାମ୍ବିଧାନିକ ଅଧିକାରର ସୁରକ୍ଷା ଓ ବହୁଜନଙ୍କ ହିତ ସାଧନ ହୋଇପାରିବ ବୋଲି କହିଥିଲେ । ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ରାଜ୍ୟସ୍ତରୀୟ ସମାରୋହରେ ଫେଡେରେସନର କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ଏସ୍. ସୁଜାତା, ଉପସଭାପତି ବିଭୀଷଣ ନାଏକ, ସୂର୍ଯ୍ୟନାରାୟଣ କୁମାର, ମହାସଚିବ ଯତୀନ୍ଦ୍ର କର, ସଂପାଦକ ଜୟପ୍ରକାଶ ଜାଲ, ଇନ୍ଦ୍ରମଣି ବାଗ, ଉପଦେଷ୍ଟା ବିଶ୍ବନାଥ କର, ତ୍ରିନାଥ ନାଏକ, ବଳରାମ ଦୁର୍ଗା, ଚିତ୍ତରଞ୍ଜନ ନିଆଲ, ଯୁବ ବିଭାଗ ମୁଖ୍ୟ ତେଜରାଜ ବେହେରା, ମହିଳା ବିଭାଗ ମୁଖ୍ୟ ବିଜୟାଲକ୍ଷ୍ମୀ ସ୍ବର୍ଣ୍ଣା, ଉପମୁଖ୍ୟ ରମଣୀ ଦୁରିଆ, ଧର୍ମଗଡ଼ ବ୍ଲକ ସଭାପତି ବିରଞ୍ଚି ନାରାୟଣ ଜାଲ, ଜୁନାଗଡ଼ ବ୍ଲକ ସଭାପତି ମହାଦେବ ନାଏକ, ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପ, କଲମପୁର ବ୍ଲକ ସଭାପତି ଲିମେଶ୍ବର ବାଗ, କେସିଙ୍ଗା ବ୍ଲକ ସଭାପତି ଲୋକନାଥ ନାଗ, କଲମପୁର ବ୍ଲକ ଯୁବ ସଭାପତି ମାଧବ ସୁନାନୀ, ମ. ରାମପୁର ବ୍ଲକ ସାଧାରଣ ସଂପାଦକ ଗୁପ୍ତେଶ୍ବର ବିଭାର, ସୁକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିବା ବିଭିନ୍ନ ସାମାଜିକ ଓ ରାଜନୈତିକ ତଥା ବହୁଜନ ସଂଗଠନର ସଦସ୍ୟମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.