ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତର ୩ ପୁରୁଷ ରେସ ୱାକର

ଓଡ଼ିଆ ବାର୍ତ୍ତା/ ନୋମି: ଜାପାନର ନୋମିରେ ଅନୁଷ୍ଠିତ ୨୦କିମି ଏସୀୟ ରେସ ୱାକିଂ ଚାମ୍ପିୟନଶିପରେ ପ୍ରଭାବୀ ପ୍ରଦର୍ଶନ କରି ଭାରତର ବିକାଶ ସିଂ ଓ ପରମଜିତ ବିଷଟ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପୁରୁଷ ବିଭାଗ କାଟାଗୋରୀରେ ବିକାଶ ୧:୨୦:୦୫ ଓ ପରମଜିତ ୧:୨୦:୦୮ ସେକେଣ୍ଡରେ ସେମାନଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ଅଲିମ୍ପିକ ସହିତ ଏହି ଦୁଇ ଜଣ ବିଶ୍ୱ ଚାମ୍ପିୟନଶିପ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି । ଭାରତର ଅକ୍ଷଦୀପ ସିଂ ସ୍ୱର୍ଣ୍ଣ ଏବଂ ମହିଳା ବିଭାଗରେ ପ୍ରିୟଙ୍କା ଗୋସ୍ୱାମୀ ବ୍ରୋଞ୍ଜ ପଦକ ଜିତିଛନ୍ତି । ୨୦୧୬ରେ ଅଲିମ୍ପିଆନ ଗୁରମିତ ସିଂଙ୍କ ପରେ ଭାରତ ଦ୍ୱିତୀୟ ଥର ପାଇଁ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ।ଅକ୍ଷଦୀପ ଓ ପ୍ରିୟଙ୍କା ପୂର୍ବରୁ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରି ସାରିଛନ୍ତି । ପୁରୁଷ ବିଭାଗର ୩ଟି ଯାକ କୋଟା ଭାରତ ହାସଲ କରି ନେଇଛି । ଏହି ଚାମ୍ପିୟନଶିପରେ ଭାରତର ୫ ପୁରୁଷ ଓ ୪ ମହିଳା ଆଥଲେଟ ଅଂଶଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.