ନୂଆପଡା,୨୯/୪ : ସଦର ସ୍ଥିତ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦିନରେ ଲୋକେ ୧୧ ଟା ରୁ ୧୨.୩୦ ପର୍ଯ୍ୟନ୍ତ ଖାଇବା ପାଇଁ ଟାଣ ଖରା ରେ ଲାଇନ ଲାଗି ଅପେକ୍ଷା କରି ଜଗି ବସିଥିବା ବେଳେ ଆହାର କେନ୍ଦ୍ର ଖୋଲିବାର ନା ନାହିଁ ବୋଲି ଜନସାଧାରଣ ଅଭିଯୋଗ କରିଥିଲେ । ଆହାର କେନ୍ଦ୍ର ର ସମୟ ଦିନ ୧୧ ଟା ରୁ ୩ ଟା ଯାଏଁ ଖୋଲା ରହିଥିବାର ନିୟମ ରହିଛି । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ସବୁ ଦିନେ ପ୍ରାୟ ୫୦୦ ରୁ ଉର୍ଦ୍ଧ ଲୋକ ସକାଳେ ଓ ୩୫୦ ରୁ ଉର୍ଦ୍ଧ ଲୋକ ସନ୍ଧ୍ୟା ରେ ଖାଇ ଥାନ୍ତି । ଯେହେତୁ ନୂଆପଡା ଜିଲ୍ଲା ଏକ ଉପାନ୍ତ ଓ ଆଦିବାସୀ ଅଞ୍ଚଳ ହୋଇ ଥିବାରୁ ଅନେକ ଗରିବ ଶ୍ରେଣୀ ର ଲୋକ ମୁଖ୍ୟ ଚିକିତ୍ସାଳୟ କୁ ରୋଗୀ ଭର୍ତ୍ତି କରିବା ପାଇଁ ଆଣିଲେ ଏହି ଆହାର କେନ୍ଦ୍ର ରେ ଭୋଜନ କରିଥାନ୍ତି ।
ଘଟଣା ସମ୍ପର୍କରେ ବୁଝିବାରୁ ଜାଣି ପାରିଲୁ ଯେ ଆଜି ଗ୍ୟାସ ସରି ଯାଇଥିବାରୁ ଏଭଳି ପରିସ୍ଥିତି ହୋଇଥିବାର କର୍ମଚାରୀ ମାନେ ସଫେଇ ଦେଇଥିଲେ ଓ ମେନେଜର ଙ୍କ ଫୋନ ଲାଗି ନ ଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆହାର କେନ୍ଦ୍ରରେ ଏଭଳି ଅନିୟମିତତାକୁ ଲୋକେ ନିନ୍ଦା କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଉଚିତ ପଦକ୍ଷେପ ଗ୍ରହଣ କରୁ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ(ରାହୁଲ) ଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇