ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ ଗୁରୁତର, ଜଣେ ଆହତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ଆଜି ସକାଳେ ପ୍ରାୟ ୧୧ଟା ସମୟରେ ତୁମୁଡ଼ିବନ୍ଧ ପଟୁ ଜଣେ ମଦ୍ୟପ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ମୋଟରସାଇକେଲ ଯୋଗେ ଦୃତ ଗତିରେ ଆସୁଥିବା ବେଳେ ତୁମୁଡ଼ିବନ୍ଧ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଦୁଇ ବାଇକ୍ ମୁହାଁମୁହିଁ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ବାଲିଗୁଡ଼ା ଥାନା କତେରୀଭଟ୍ଟା ଗ୍ରାମର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ କୈଳାସଚନ୍ଦ୍ର ମଲ୍ଲିକ ରାୟଗଡ଼ା ଜିଲ୍ଲା ଜେକେପୁର ସ୍ଥିତ ମଡେଲ ଡିଗ୍ରୀ କଲେଜରେ କାର୍ଯ୍ୟରେ ଯୋଗଦେବାକୁ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଭାରସାମ୍ୟ ହରାଇ ସାମ୍ନା ପଟୁ ଧକ୍କା ଦେଇଥିଲା ମଦ୍ୟପ ମୋଟରସାଇକେଲ ଚାଳକ । ଫଳରେ ମଦ୍ୟପ ମୋଟରସାଇକେଲ ଚାଳକ ଗୁରୁତର ହୋଇଥିବା ବେଳେ ଅନ୍ୟ ମୋଟରସାଇକେଲ ଚାଳକ ପ୍ରଫେସର ଡ଼ଃ କୈଳାସ ଚନ୍ଦ୍ର ମଲ୍ଲିକ ସାମାନ୍ୟ ଆହତ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ସେହି ସମୟରେ ବାଲିଗୁଡ଼ାର ଯୁବ ସମାଜସେବୀ ଅମିତ୍ କୁମାର ନାୟକ କୌଣସି କାମରେ ସେହି ରାସ୍ତା ଦେଇ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିବା ଦେଖି ଆମ୍ବୁଲାନ୍ସ ଡକାଇ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରିଥିବା ବେଳେ ଖବରପାଇ ଅଗ୍ନିଶମ କର୍ମଚାରୀ ଓ ତୁମୁଡ଼ିବନ୍ଧ ଥାନା ପୋଲିସ୍ ଘଟଣାସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାର କରିଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.