ଭିନ୍ନକ୍ଷମ କିଶୋର ଆରମ୍ଭ କଲେ କତା ଉଦ୍ୟୋଗ, ତାଲିମ ନେଉଛନ୍ତି ୧୨ ଏସ୍ଏଚଜି ମହିଳା

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଯୁବକ ମାନେ ସକ୍ଷମ ହୋଇ ମଧ୍ୟ ଜୀବିକା ପାଇଁ ଘୁରି ବୁଲୁଥିବା ବେଳେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ପଥରା ପଂଚାୟତର କେଉଟ ସାହିର କିଶୋର ଚନ୍ଦ୍ର ବେହେରା ୪୮ ନାମକ ଜଣେ ଭିନ୍ନକ୍ଷମ ମତ୍ସ୍ୟଜୀବୀ ଯୁବକ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ଗରିବ ଏସଏଚଜି ମହିଳାମାନଙ୍କୁ ବଳକା ସମୟରେ ଜୀବିକା ଯୋଗାଇ ସେମାନଙ୍କୁ ଆର୍ଥିକ ସାମର୍ଥ୍ୟ କରିବା ପାଇଁ ଘର ପାଖରେ ଆରମ୍ଭ କରିଛନ୍ତି ଏକ କତ୍ତା ଉଦ୍ୟୋଗ। କିଶୋରଙ୍କ ପରିବାରର ଲୋକ ମାନେ ଚିଲିକାରେ ମାଛ ମରା କାର୍ଯ୍ୟରେ ଯୋଗ ଦେବା ପରେ କିଶୋର ଘରୁ ଲୁଚିକରି ଭୁବନେଶ୍ୱର ପଳାଇଥିଲେ। ସେଠାରେ ଏଣେ ତେଣେ ବୁଲିବା ପରେ କିଛି ଲୋକଙ୍କ ସାହାରାରେ ଭାରତ ସରକାରଙ୍କ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ଆୟୋଗ ଦ୍ୱାରା ପରିଚାଳିତ ବାରଂଗଠାରେ ଥିବା ବୃତ୍ତିଗତ ତାଲିମ କେନ୍ଦ୍ରରେ ପ୍ରାୟ ଏକ ବର୍ଷ କତାରେ ପା ପୋଛ ଦଉଡି, ଧୂପକାଠି, ଚକଖଡ଼ି ଓ ଧୂପ କାଠି ତିଆରି ସମ୍ୱନ୍ଧରେ ତାଲିମ ନେଇ ଘରକୁ ଫେରିଥିଲେ। ଆର୍ଥିକ ଦୁରାବସ୍ଥା ଘେରାରେ ନିଜ ପରିବାର ଚଳାଇବା ପାଇଁ ଗାଁରେ ଫାଷ୍ଟ ଫୁଡ ଦୋକାନ ଖୋଲି ପରିବାର ଚଳାଉଥିଲେ, ଏହା ସହ ସୋଫାସେଟ ମାନଙ୍କରେ ପ୍ଲାଷ୍ଟିକ ଡୋର ବାଇଣ୍ଡିଙ୍ଗ କରି ପରିବାରର ଗୁଜରାଣ ମେଣ୍ଟାଉଥିଲେ। ଖଲ୍ଲିକୋଟ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ କିଶୋରକୁ ଆର୍ଥିକ ସହାୟତାର ହାତ ବଢାଇବା ସହ ୪ ଲକ୍ଷ ୫୦ ହଜାର ଟଙ୍କା ଋଣ ପ୍ରଦାନ କରିଥିଲା। ସେହି ଅର୍ଥରେ ଏକ କତା ଉଦ୍ୟୋଗ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି କିଣିବା ସହ ସାକ୍ଷୀଗୋପାଳ ଠାରୁ କତା ଆଣି ନିଜେ ତାଲିମ ପାଇଥିବା ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି କତା ଉଦ୍ୟଗ ଟିଏ ଆରମ୍ଭ କାରିଛନ୍ତି। ଉକ୍ତ କତା ଉଦ୍ୟଗରେ ସେହି ଗ୍ରାମରେ ଥିବା ବାବା କପିଳେଶ୍ୱର ଏସଏଚଜିର ୧୨ ଜଣ ମହିଳାଙ୍କୁ କତାରେ ବିଭିନ୍ନ ସାମଗ୍ରୀ ତିଆରି ପାଇଁ ତାଲିମ ଦେଇ ସେମାନଙ୍କ ବଳକା ସମୟରେ ଦି ପଇସା ଆୟ କରିବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ଏ ସମ୍ପର୍କରେ ଉକ୍ତ ମହିଳା ଗ୍ରୁପର ଝରଣା ବେହେରା ଏହି କତା ତାଲିମ ପାଇ କିଛି ଅର୍ଥ ରୋଜଗାର ହେବାର ଆଶା ରଖିଛନ୍ତି। କାରଣ ଚିଲିକାରେ ମାଛ ଉତ୍ପାଦନ କମିଯିବ ଫଳରେ ମତ୍ସ୍ୟଯିବି ମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। କିଶୋର ଜଣେ ଭିନ୍ନ କ୍ଷମ ବ୍ୟକ୍ତି ହୋଇଥିଲେ ମଧ୍ୟ କଳା ସାଧନା ପ୍ରତି ଗଭୀର ନିଷ୍ଠା ରହିଛି। ସେ ଜଣେ ଆଗଧାଡ଼ିର ମଂଚ କଳାକାର ସାଙ୍ଗକୁ ଜଣେ ଜଣାଶୁଣା କଣ୍ଠଶିଳ୍ପୀ ଭାବେ ପରିଚିତ। ପିଲାଟି ଦିନରୁ ତାଙ୍କର ଡାହାଣ ଗୋଡ଼ଟି ପୋଲିଓ ହୋଇ ଅକର୍ମଣ୍ୟ ହୋଇଥିଲେ ମଧ୍ୟ ସେ ଜୀବନ ଯୁଦ୍ଧ ରେ ହାରିଯିବା ବଦଳରେ ତାଙ୍କ ଟ୍ରାଇ ସାଇକେଲ ଯୋଗେ ନିଜ ହାତରେ ଉତ୍ପାଦିତ କତା ତିଆରି ଜିନିଷକୁ ବିଭିନ୍ନ ଦୋକାନରେ ବିକ୍ରୟ କରିଥାନ୍ତି। କାଳକ୍ରମେ ସେ ଅନ୍ୟ ଭିନ୍ନକ୍ଷମ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଉଦ୍ୟମ କରିବେ ବୋଲି ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.