ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଠାରେ ମା’ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୨୪ ପ୍ରହର ନାମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଣ୍ଡପ ପରିସରରେ ଗ୍ରାମ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ପରେ ଘଣ୍ଟ ବାଜା ମାଧ୍ୟରେ ଏକ ଶୋଭାଯାତ୍ରା ବାହାରି ତେଲ ନଦୀ ପହଂଚିଥିଲେ । ସେଠାରେ ପଣ୍ଡିତ ଭୋଳାନାଥ ତ୍ରିପାଠୀଙ୍କ ତତ୍ତବଧାନରେ ଏକ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ଯଜ୍ଞ କର୍ତ୍ତା ଭାବରେ ମେଘନାଥ ସିଂ ମାଝୀ ତାଙ୍କ ଧର୍ମପତ୍ନୀ ରୁକ୍ମଣୀ ସିଂ ମାଝୀ ଦାୟିତ୍ୱ ତୁଲାଇଥିବା ବେଳେ ପ୍ରହର କର୍ତ୍ତା ଭାବେ ସୁବାଶିଷ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଝରଣା ମିଶ୍ର ଦାୟିତ୍ୱ ତୁଳାଇଛନ୍ତି । ଏହି ଉତ୍ସବରେ ଘୁନସର ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।