ଝଡ ତୋଫାନରେ କ୍ଷୟକ୍ଷତି ୨ଟି ଗାଁ ବୁଲି ଦେଖିଲେ ବିଧାୟକ ମକରନ୍ଦ ମୁଦୁଲି

ନିଜ ପାଣ୍ଠିରୁ ଘରକୁ ଛାତ ଦେବା ପାଇଁ ସହାୟତାର ଦେଲେ ପ୍ରତିଶୃତି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା କାଶିପୁର ବ୍ଳକରେ ଗତ ସପ୍ତାହ ମଧ୍ୟରେ ପଶ୍ଚିମା ଝଡ ପ୍ରଭାବରେ ହୋଇଥିବା ଝଡ ତୋଫାନ ସହ କୁଆପଥର ବର୍ଷା ଯୋଗୁଁ ଅନେକ ଗାଁରେ ବହୁ କ୍ଷୟକ୍ଷତି ହୋଇଥିଲା । ପ୍ରଶାସନିକ ସ୍ତରରେ ପ୍ରଭାବିତ ପରିବାରଙ୍କୁ କିଛି ଟା ସାହାର୍ଯ୍ୟ ମିଳିଥିବା ବେଳେ ଆଜି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ବ୍ଳକର ଶିରିପାଇ ଗ୍ରାମ ପଂଚାୟତ ଅନ୍ତର୍ଗତ ବାସଙ୍ଗମାଳି ଓ ଉପର ମାଣ୍ଡିଝୋଲା ଗ୍ରାମ ପରିଦର୍ଶନ କରି କ୍ଷୟକ୍ଷତି ପରିବାରଙ୍କ ସହ ଆଲୋଚନା କରିଥିଲେ । ଉଭୟ ଗ୍ରାମରେ ଅନେକଙ୍କ ଘର ଟିଣ ଛପର ତୋଫାନରେ ଉଡି ଯାଇଥିବା ବେଳେ ପଲିଥିନ୍ ତଳେ ଉକ୍ତ ପରିବାରମାନେ ଏବେ ଦିନ କାଟୁଛନ୍ତି ଏବଂ ଅନେକ ଲୋକେ କୁଆପଥର ବର୍ଷା ମାଡରେ ଆହାତ ହୋଇ ମେଡିକଲରେ ଚିିକିତ୍ସା ହେଉଛନ୍ତି । ଏହି ମଧ୍ୟରେ ଅଦିନିଆ ବର୍ଷା ବେଳେ ବେଳେ ପଡୁଥିବା ଯୋଗୁଁ ବାହାରେ ରହୁଥିବା ପ୍ରଭାବିତ ପରିବାରମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ବିଧାୟକ ଶ୍ରୀ ମୁଦୁଲି ଜାଣିବାକୁ ପାଇଥିଲେ । ନିଜ ପାଣ୍ଠିରୁ ଆର୍ଥିକ ସହାୟତା କରି ଯୁଦ୍ଧକାଳୀନ ଭିତିରେ ଘରମାନଙ୍କରେ ଆଜବେଷ୍ଟ ଟିଣ ଲଗାଯିବାର ବ୍ୟବସ୍ଥା କରାଯିବାର ପ୍ରତିଶୃତି ଦେବା ସହ ପ୍ରଶାସନସ୍ତରରେ ଆଲୋଚନା କରି ଅନ୍ୟ ସରକାରୀ ସହାୟତା ଯୋଗାଇ ଦେବା ଦିଆଯିବ ବୋଲି ଗ୍ରାମବାସୀଙ୍କୁ ଆଶ୍ୱସନା ଦେଇଛନ୍ତି । ବିଧାୟକ ଶ୍ରୀ ମୁଦୁଲିଙ୍କୁ ସହାୟତାକୁ ନେଇ ଗ୍ରାମବାସୀମାନେ କୃତଞତା ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.