ଦ୍ଵିତୀୟ ରାଜ୍ୟ ରେଂକିଙ୍ଗ ତିରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବା ପାଇଁ କଳାହାଣ୍ଡିର ୧୫ ପ୍ରତିଯୋଗୀଙ୍କ କୋରାପୁଟ ଗସ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  କୋରାପୁଟ ଜିଲ୍ଲା ସୁନାବେଡା ସାଇ ହଲ୍ ଠାରେ ମାର୍ଚ୍ଚ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ୱିତୀୟ ରାଜ୍ୟ ରେଂକିଙ୍ଗ ତିରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବା ପାଇଁ କଳାହାଣ୍ଡି ଜିଲ୍ଲାର ୧୫ ଜଣ ପ୍ରତିଯୋଗୀ କୋରାପୁଟ ଗସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ୫ ଜଣ ବାଳିକା ପ୍ରତିଯୋଗୀ ରହିଥିବା ବେଳେ ୧୦ ଜଣ ବାଳକ ଅଛନ୍ତି। ଏମାନେ ହେଲେ ବାଳକ ବିଭାଗର ହିତେଶ କୁମାର ମହାଖୁଡ, ମିଥୁନ ନାଏକ, ସଂଜୟ ମାଝୀ, ବକ୍ରମ ମାଝୀ, ଅର୍ଜୁନ ମାଝୀ, ଚନ୍ଦ୍ରକାନ୍ତ ଭୋଇ, ଶିମାଞ୍ଚଳ ମାଝୀ, ଦାଶରଥୀ ମାଝୀ, ରୋଶନ ମାଝୀ, ଥବିର ମାଝୀ ରହିଥିବା ବେଳେ ବାଳିକା ବିଭାଗରେ ଜୁଲି ମୁଣ୍ଡା, ଆରତୀ ମୁଣ୍ଡା, ରଚନା ମାଝୀ, ସନୁ ମାଝୀ, ଗାୟତ୍ରୀ ମାଝୀ ଅଛନ୍ତି। ଏହି ପ୍ରତିଯୋଗୀମାନେ ଲାଞ୍ଜିଗଡ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୪ ଜଣ ରହିଥିବା ବେଳେ ଜଣେ ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ହିତେଶ ଅଛନ୍ତି। ଏହି ପ୍ରତିଯୋଗୀ ମାନେ ଗତ ୨୦୨୨ ଅକ୍ଟୋବର ମାସରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଠାରେ ହୋଇଥିବା ରାଜ୍ୟ ସ୍ତରୀୟ ତିରନ୍ଦାଜ୍ ପ୍ରତିଯୋଗିତାରେ ଭାଗ ନେଇ ୧୩ ପଦକ ହାସଲ କରିବା ସହିତ ଏହି କୋରାପୁଟ ଠାରେ ହେଉଥିବା ଦ୍ୱିତୀୟ ରାଜ୍ୟ ରେଂକିଙ୍ଗ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। କଳାହାଣ୍ଡି ଜିଲ୍ଲା ଆଥେଲେଟିକ୍ ଏସୋସିଏସନ୍ ଏବଂ ଲାଞ୍ଜିଗଡ ବେଦାନ୍ତ ଲିମିଟେଡ଼ ସହଯୋଗିତାରେ ଏହି ପ୍ରତିଯୋଗୀ ମାନେ କୋରାପୁଟ ଗସ୍ତ କରିଥିବା ବେଳେ ଖେଳାଳିଙ୍କ ସହିତ ତିରନ୍ଦାଜ୍ କୋଚ୍ ଶିମାଞ୍ଚଳ କାଟ୍ରାକା, ମ୍ୟାନେଜର ଭାବେ ବିଳାସିନୀ ସେଠ୍ ଓ ଲାଞ୍ଜିଗଡ ବେଦାନ୍ତ ଲିମିଟେଡ଼ ସିଏସଆର ବିଭାଗର ଅଭିନଭ ପ୍ରତାପ ଗସ୍ତ କରିଛନ୍ତି। ଶିମାଞ୍ଚଳ ଲାଞ୍ଜିଗଡ ଏସଏସଡି ସ୍କୁଲରେ ବେଦାନ୍ତ ଆଲୁମିନା ଦ୍ବାରା ପରିଚାଳିତ ତିରନ୍ଦାଜ ପ୍ରଶିକ୍ଷଣ ଶିବିରରେ ତାଲିମ ଦାତା ଭାବେ କାର୍ଯ୍ୟ କରୁଛନ୍ତି। ଏମାନେ ଦ୍ଵିତୀୟ ରାଜ୍ୟ ରେଂକିଙ୍ଗ ତିରନ୍ଧାଜ ପ୍ରତିଯୋଗୀତା ପାଇଁ କୋରାପୁଟ ଗସ୍ତ କରିଥିବା ବେଳେ ଜିଲ୍ଲା ଆଥଲେଟିକ୍ ଏସୋସିଏସନ୍ ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ବେଦାନ୍ତ ଲିମିଟେଡ଼ ଡେପୁଟି ସିଇଓ ଗୋବିନ୍ଦ ଗୋପାଳ ପାଲ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, ଲାଞ୍ଜିଗଡ ଏସଏସଡି ସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି, ଲାଞ୍ଜିଗଡ ଡିଏଭି ସ୍କୁଲ ଅଧ୍ୟକ୍ଷ ସଦାନନ୍ଦ ହୋତା, ଏସଏସଡି ସ୍କୁଲ ଖେଳ ଶିକ୍ଷକ ଜୟଲାଲ ଭୋଇ, କରାଟେ କୋଚ୍ କ୍ଷମାନିଧି ମହାଖୁଡଙ୍କ ସମେତ ଦୁଇ ଗୋଟି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.