ସାଇନିଂ କଳାହାଣ୍ଡି ପକ୍ଷରୁ ଭବାନୀପାଟଣାରେ ଜନସଂସଦ କାର୍ଯ୍ୟକ୍ରମ

• ‘ବେଦାନ୍ତ ଆଲୁମିନାକୁ ଖଣି ଲିଜ ଦିଆଯାଉ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଟାଉନ ହଲ ଠାରେ ସାଇନିଂ କଳାହାଣ୍ଡି ପକ୍ଷରୁ ଏକ ଜନସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ କଲେଜ ଛକ ଠାରୁ ଏକ ବିରାଟ ଶୋଭାଯାତ୍ରା ଆସି ଟାଉନ ହଲ ଠାରେ ପହଞ୍ଚିଥିଲା। ସେଠାରେ ସାଇନିଂ କଳାହାଣ୍ଡି ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପୋୖରାଧ୍ୟକ୍ଷା ସଂଯୁକ୍ତା ବେହେରା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡ, ବରିଷ୍ଠ ଆଇନଜୀବୀ ଭବାନୀ ମିଶ୍ର, ଆଇନଜୀବୀ ଜିତେନ୍ଦ୍ର ମହାନ୍ତି, ପୂର୍ବ ପୋୖରାଧ୍ୟକ୍ଷ ଆଦିତ୍ୟ ନନ୍ଦ, ଭବାନୀପାଟଣା ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ପୂର୍ବ ଉପାଧ୍ୟକ୍ଷ ଚିତ୍ତରଞ୍ଜନ ମଣ୍ଡଳ ଓ ଶିକ୍ଷାବିତ୍ ସତ୍ୟ ନାରାୟଣ ମୁଣ୍ଡଛିନା ପ୍ରମୁଖ ଯୋଗଦେଇଥିଲେ।

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ କଞ୍ଚାମାଲ ରହିଛି। ତେଣୁ ଏଠାରେ ଖାଦ୍ୟ ପ୍ରକ୍ରିୟାକରଣ, ଇଥାନଲ ପ୍ଲାଣ୍ଟ, ମେଗା ଧାନ ପ୍ଲାଣ୍ଟ, ସୌରଶକ୍ତି ପ୍ଲାଣ୍ଟ, ହାଇଡ୍ରୋଇଲେକ୍ଟ୍ରି ପ୍ରୋଜେକ୍ଟ, କଟନ ସ୍ପିନିଂ ମିଲ, ଟେକ୍ସଟାଇଲ ପାର୍କ, ଆଲୁମିନା ରିଫାଇନାରୀ, ସଫ୍ଟୱେର ଟେକ୍ନୋଲୋଜି ପାର୍କ, ପର୍ଯ୍ୟଟନ ଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ ଆଧାରିତ ଶିଳ୍ପ, ହାବସପୁରି ହସ୍ତତନ୍ତ ଶିଳ୍ପ ପ୍ରଭୃତି ଶିଳ୍ପ ପ୍ରତିଷ୍ଠା କରିହେବ। ବର୍ତ୍ତମାନ କଳାହାଣ୍ଡିରେ ଏକ ମାତ୍ର ବୃହତ ଶିଳ୍ପ ଭାବେ ବେଦାନ୍ତ ଆଲୁମିନା ରହିଛି। ତେବେ ଲାଞ୍ଜିଗଡ଼ରେ ସ୍ଥାପିତ ବେଦାନ୍ତ ଯଦି ସୁଚାରୁରୂପେ କାର୍ଯ୍ୟକ୍ଷମ ହୁଏ, ତାହେଲେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଏକ ତ୍ୱରାନ୍ୱିତ ଆର୍ଥକ ବିକାଶ ସାଧିତ ହେବ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହାର ସୁବିଚାର କରି ବେଦାନ୍ତକୁ ତୁରନ୍ତ ଖଣି ଲିଜ ଦିଆଯାଉ ବୋଲି ଏହି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି।

Pearl dental clinic
Near Ashish Medical Store, Bhawanipatna

ଏଥିରେ ସାଇନିଂ କଳାହାଣ୍ଡି ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ନିଲ ସିଂ ଦେଓ, ଅବିନାଶ ଠାକୁର, ସମିତା ନାୟକ, ଧ୍ୟାନାନନ୍ଦ ପଣ୍ଡା, ପୀତବାସ ବେହେରା, ଶାନ୍ତିସ୍ୱରୂପ ପଣ୍ଡା, କୃଷ୍ଣଚନ୍ଦ୍ର ସାହୁ, ଭବାନୀ ସାହୁ, ଫକୀର ମାଝୀ, ମହେନ୍ଦ୍ର ନାଏକ, ରୋହିତ ଭୋଇ ପ୍ରମୁଖ ମଧ୍ୟ ଉଦବୋଧନ ଦେଇଥିଲେ। ଏହି ଅବସରରେ ୩୫ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅବିନାଶ ଠାକୁର ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଦୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ସାଇନିଂ କଳାହାଣ୍ଡି ପକ୍ଷରୁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ସହ ବେଦାନ୍ତକୁ ଖଣି ଲିଜ ଦେବାପାଇଁ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି, ମହାମହିମ ରାଜ୍ୟପାଳ, ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୩୦୦୦ ଜନ ସମାଗମ ହୋଇଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.