ଅଷ୍ଟମ ଶ୍ରେଣୀ ପିଲାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

• ପିଲାଏ କାନ୍ଦିଲେ ତାଙ୍କା ସହ ଶିକ୍ଷକଶିକ୍ଷୟିତ୍ରୀ ବି କାନ୍ଦିଲେ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ସଦର ମହକୁମାରେ ଥିବା ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ କାଉନସିଲର ସର୍ମିତା ପାଢ଼ୀ ଯୋଗଦେଇଥିଲେ । ଅନ୍ୟତମ ଅତିଥି ରୂପେ ରାୟଗଡ଼ା ବିଆରସିସି ବଳରାମ ହୁଇକା, ଏବିଇଓ ୱାଂଗ୍ରାହି ଶବର ଓ ଛବିଲାଲ ସିଂ, ସିଆରସିସି ପ୍ରଶାନ୍ତି ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ଅତିଥି ଶ୍ରୀମତୀ ପାଢ଼ୀ ପିଲାଙ୍କ ଆଗାମୀ ଭବିଷ୍ୟତ ଉଜ୍ଜ୍ୱଳ ନିମନ୍ତେ କାମନା କରିବା ସହ ଦୃଢତାର ସହ ସମସ୍ତ ଆହ୍ବାନକୁ ସମ୍ମୁଖୀନ ହୋଇ ସମାଜରେ ପ୍ରତିଷ୍ଠିତ ହେବା ନିମନ୍ତେ ପ୍ରେରଣା ଦେଇଥିଲେ । ଶ୍ରେଣୀ ଶିକ୍ଷକ ରାଜେଶ ସିଂ ସମେତ ସମସ୍ତ ଅତିଥି, ଶିକ୍ଷକ, ଶିକ୍ଷୟିତ୍ରୀ ଭବିଷ୍ୟତ ଗଠନ, ନୈତିକ ମୂଲ୍ୟବୋଧ ସହ ଉଚ୍ଚାଭିଳାଷି ହେବା ଦିଗରେ ପ୍ରବର୍ତ୍ତାଇଥିଲେ । ପିଲାଙ୍କ ବିଦାୟୀ ବେଳା ଅତିବ ଦୁଃଖ ଦାୟକ ଥିଲା । ବିଦ୍ୟାଳୟର କନିଷ୍ଠ ଛାତ୍ରଛାତ୍ରୀ କାନ୍ଦିକାନ୍ଦି ବିଦାୟ ଦେଇଥିବା ବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜ କୋହ ସମ୍ବରଣ କରିପାରିନଥିଲେ । ଅଷ୍ଟମ ଶ୍ରେଣୀରେ ସମସ୍ତ ପିଲା କାନ୍ଦିକାନ୍ଦି ରାସ୍ତାରେ ଯାଉଥିବା ବେଳେ ଇନ୍ଦିରାନଗର ବାସୀ ସମଦୁଃଖି ହେବା ସହ ପିଲାଙ୍କୁ ସାନ୍ତ୍ଵନା ପ୍ରଦାନ କରୁଥିବା ଦେଖାଯାଇଥିଲା । ପିଲାଙ୍କ ବିଦ୍ୟାଳୟ ପ୍ରତି ବନ୍ଧନ ନିବିଡ଼ ଥିବାରୁ ଏହି ବିଦାୟୀ ସମୟ ଦୁଃଖ ଦାୟକ ଥିବା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.