ବିବାହ ବନ୍ଧନରେ ବାନ୍ଧି ହେଲେ ମନ୍ତ୍ରୀ ହରଜୋତ ସିଂହ ବୈଂଶ ଓ ଆଇପିଏସ ଅଫିସର ଜ୍ୟୋତି ଯାଦବ

ଓଡ଼ିଆ ବାର୍ତ୍ତା/ ଅମୃତସର: ବିବାହ ବନ୍ଧନରେ ବାନ୍ଧି ହେଲେ ମନ୍ତ୍ରୀ ଓ ଆଇପିଏସ । ଆଇପିଏସ ଅଫିସର ତଥା ମନସା ଏସପି ଜ୍ୟୋତି ଯାଦବ ଓ ପଞ୍ଜାବ ମାନ ସରକାରର ଶିକ୍ଷାମନ୍ତ୍ରୀ ହରଜୋତ ସିଂହ ବୈଂଶ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ବିବାହ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସାମିଲ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱଲ ଏବଂ ମୁ୍ଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଏହି ବିବାହ ବିଷୟରେ ସେମାନେ ପୂର୍ବରୁ ଘୋଷଣା କରି ନ ଥିଲେ । ତେବେ ତାଙ୍କ ପରିବାରର ନିକଟତମ ବ୍ୟକ୍ତିଙ୍କ କହିବା ଅନୁଯାୟୀ ସେମାନେ ପ୍ରାୟ ୨ ସପ୍ତାହ ତଳୁ ବିବାହ କରିସାରିଲେଣି ।୩୪ବର୍ଷୀୟ ଜ୍ୟୋତି ଯାଦବ ଜଣେ ଡେଣ୍ଟିଷ୍ଟ । ୨୦୧୯ ବ୍ୟାଚରେ ସେ ଆଇପିଏସ ପାଇଥିଲେ । ସେ ଗତବର୍ଷ ଜୁଲାଇରେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ଆମ ଆଦମୀ ପାର୍ଟିର ଲୁଧିଆାନା ବିଧାୟକ ରାଜେନ୍ଦ୍ରପାଲ କୌର ଚିନାଙ୍କ ଅଞ୍ଚଳରେ ତାଙ୍କର ବିନା ଅନୁମତରେ ସର୍ଚ୍ଚ ଅପରେଶନ ଚଲାଇଥିଲେ । ଏହାକୁ ନେଇ ଯାଦବଙ୍କୁ କଡା ସମାଲୋଚନାର ଶିକାର ହେବାକୁ ଆମେ  କରୁଛୁ । ମୁଁ ମୋର କାମ କରୁଛି  । ନିର୍ବାଚିତ ପ୍ରତିନିଧିଙ୍କ ପ୍ରତିକ୍ରିୟା ସ୍ୱାଗତଯୋଗ୍ୟ କିନ୍ତୁ ଦୁର୍ବ୍ୟବହାର ଅସହଣୀୟ । ଅନ୍ୟପକ୍ଷେ ବୈଂଶ ୨୦୧୬ରେ ଆପର ଯୁବ ଶାଖ ସଭାପତି ଥିଲେ । ପ୍ରଥମ ଥର ପାଇଁ ଆନନ୍ଦପୁର ସାହିବ ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୩୨ ବର୍ଷ ବୟସ୍କ ବୈଂଶ ଆନନ୍ଦପୁର ସାହିର ଗମ୍ଭୀରପୁର ଗାଁର ବାସିନ୍ଦା । ସେ ଚଣ୍ଡିଗଡ ପଞ୍ଜାବ ୟୁନିଭର୍ସିଟିର ଜଣେ ଲ-ଗ୍ରାଜୁଏଟ । ସେ ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସରେ ଇଣ୍ଟରନାଶନାଲ ହ୍ୟୁମାନ ରାଇଟ୍ସ ଲ କରିଛନ୍ତି । ଯାହା ବି ହେଉ, ନିକଟରେ ଦୁହିଁଙ୍କ ନିର୍ବନ୍ଧ ଖବର ଜଣାପଡିବା ପରେ ସେମାନଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.