ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ କୁରାଳ ସମାଜ ବୈଠକ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାଣ୍ଡି ଗାଁ ଆମ୍ବ ବଗିଚା ପ୍ରାଙ୍ଗଣରେ ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ କୁରାଳ ସମାଜର ସାଧାରଣ ବୈଠକ ଉପଖଣ୍ଡ ସ୍ତରୀୟ କୁରାଳ ସମାଜ ର ସଭାପତି ପିତାମ୍ବର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ଳାଷ୍ଟିକ ଷ୍ଟିଲ ସାମଗ୍ରୀର ବହୁଳ ବ୍ୟବହାର ହେବା ଯୋଗୁଁ କମ୍ଭାର ସମାଜର କୈାଳିକ ବୃତ୍ତି ଯଥା ମାଟି ହାଣ୍ଡି, ଦୀପ ବିଭିନ୍ନ ପର୍ବପର୍ବାଣି ମାଟିରେ ତିଆରି ଜିନିଷ ବ୍ୟବହାର ହୋଇପାରୁନାହିଁ ଯାହା ଫଳରେ କୁରାଳ ସମାଜର ବୃତ୍ତି ହରାଇ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ‌ହେଉଛନ୍ତି ଏବଂ ଆର୍ଥିକ, ଶିକ୍ଷା ଏବଂ ସାମାଜିକ କ୍ଷେତ୍ରରେ ପଛୁଆ ହେଉଥିବାର ଦେଖିବାକୁ ମିଳୁଛି ବୋଲି ମତପ୍ରକାଶ ପାଇଥିଲା। ଏହି ଅବସରରେ କୁରାଳ ସମାଜର ମହାସଚିବ ଯଶୋବନ୍ତ ନାଏକ, ଉପସଭାପତି ତ୍ରିଲୋଚନ ନାୟକ, କ୍ଷେତ୍ରି ନାଏକ, ସହ ସମ୍ପାଦକ କ୍ଷିରସିନ୍ଦୁ ନାଏକ ତଥା ବିଭିନ୍ନ ବ୍ଳକରୁ ଆସିଥିବା କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ  ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସରକାର ଯଦି ତାଙ୍କର ଦାବି ନଶୁଣନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ପ୍ରକାଶ କରିଛନ୍ତି କୁରାଲ ସମାଜ କାର୍ଯ୍ୟକର୍ତ୍ତା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.