ମଣିଷକୁ ମିଳିବ ଅମର ବର

ଅମର ବର ଦେବାକୁ ଭଗବାନଙ୍କ ପାଖରେ କ୍ଷମତା ନ ଥିଲା । ହେଲେ ଏ ମଣିଷ ତାହା କରି ଦେଖାଇବ । ଭଗବାନଙ୍କୁ ଚ୍ୟାଲେଞ୍ଜ କୁହ ବା କୁହ ବୈଜ୍ଞାନିକ ସଫଳତା, ମୃତ୍ୟୁକୁ ଜିତିବ ମଣିଷ । ଅମର ହେବ । ଏହା କାହାଣୀ ନୁହେଁ, ସତ କଥା । ଅମର ହେବାର କୌଶଳ କେବେଠାରୁ ଖୋଜି ଆସୁଥିଲା ମଣିଷ । ଏବେ ଏହି ଖୋଜର ଶେଷ ହୋଇଛି । ମଣିଷକୁ ଅମର କରିବାର କୌଶଳ ବୈଜ୍ଞାନିମାନେ ଖୋଜି ପାଇଛନ୍ତି । ଏଥିପାଇଁ ବୈଜ୍ଞାନିକମାନେ ଏକ ଡେଡ ଲାଇନ ଦେଇଛନ୍ତି । ଏହି ଡେଡ ଲାଇନ ପାରି ହେଲା ପରେ ମଣିଷ ସବୁଦିନ ପାଇଁ ଏହି ଦୁନିଆରେ ରହି ପାରିବ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଯଦି ମଣିଷ ୨୦୪୫ ପର୍ଯ୍ୟନ୍ତ ବଞ୍ଚିଯାଏ ତେବେ ମୃତ୍ୟୁ ତା ପାଖକୁ ଆସିବ ନାହିଁ । ଜନ୍ମ ନେଲେ ମୃତ୍ୟୁ ସୁନିଶ୍ଚିତ ଏକଥା ଆଉ କେହି ଦମ୍ଭର ସହ କରିପାରିବେ ନାହିଁ । ଇଣ୍ଟରନାଶନାଲ ନନପ୍ରଫିଟ ସଂସ୍ଥା ହ୍ୟୁମାନିଟି ପ୍ଲସର ଡାକ୍ତର ଜୋସ କାର୍ଡିରୋ ଦାବି କରିଛନ୍ତି ଯେ, ଆଉ କିଛି ବର୍ଷ ପରେ ଆମ ପାଖରେ ଅମର ହେବାର ସିକ୍ରେଟ ଖୋଲିଯିବ ।  ତାଙ୍କ କହିବା ଅନୁଯାୟୀ, ୨୦୩୦ରେ ଜୀବିତ ଥିବା ଲୋକ ପ୍ରତି ବର୍ଷ ତାଙ୍କର ବୟସ ବଢାଇ ପାରିବେ । ୨୦୪୫ ବର୍ଷ ପରେ ଲୋକଙ୍କୁ ଅମର ରଖିବାର କାର୍ଯକ୍ରମ ଆରମ୍ଭ କରିବେ । କେମିତି ଏହା ସମ୍ଭବ ହେବ ଏ ବିଷୟରେ ବୈଜ୍ଞାନିକମାନେ ଖୋଲିକରି କିଛି କହିନାହାନ୍ତି । ତେବେ ଏଥିପାଇଁ ରୋବୋଟିକ୍ସ ଏବଂ AI ର ସହାୟତା ନିଆଯାଇପାରେ । ଏହାଦ୍ୱାରା ବୟସ ବୃଦ୍ଧିର ଛାପ ଶରୀରରୁ ହଟିଯିବ ଏବଂ ମଣିଷକୁ ମୃତ୍ୟୁ ଛୁଇଁ ପାରିବନି । ଡାକ୍ତର କାର୍ଡିରୋ କହିଛନ୍ତି, ପୂର୍ବରୁ ମଣିଷର ଆୟୂଷ ବହୁତ କମ ରହୁଥିଲା । ୧୮୮୧ରେ ଭାରତରେ ମଣିଷ  ପାଖାପାଖି ୨୫.୪ ବର୍ଷ ବଞ୍ଚୁଥିବାବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୬୯.୭ ବର୍ଷ ହୋଇଯାଇଛି । ଏହି ଫର୍ମୁଲାରେ ଡିଏନଏର ଏଜିଂକୁ ରିଭର୍ସ ଏଜିଂରେ ବଦଳାଯାଇ ପାରିବ । ଡାକ୍ତର କାର୍ଡିରୋ ଆହୁରି କହିଛନ୍ତି, ହାୱାର୍ଡ ଏବଂ ବୋଷ୍ଟନ ଲ୍ୟାବରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି, ଏହି ପ୍ରକ୍ରିୟାରେ ଏକ ବୟସ୍କ ମୂଷାକୁ ରିଭର୍ସ ଏଜିଂରେ ଯୁବାବସ୍ଥାକୁ ଫେରାଇ ନିଆଯାଇଥିଲା । ଏହା ଦ୍ୱାରା ବୟସ ଯୋଗୁ ଦୁର୍ବଳ ହୋଇଥିବା ଦୃଷ୍ଟି ଶକ୍ତି ବି ଠିକ ହୋଇଯାଇଥିଲା । ହାୱ୍ୱା୍ର୍ଡ ଏବଂ ବୋଷ୍ଟନର ମିଳିତ ଉଦ୍ୟମରେ ହେଇଥିବା ଏହି ଗବେଷଣା ବୈଜ୍ଞାନିକ ପତ୍ରିକା ସେଲରେ ପ୍ରକାଶ ପାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପ୍ରକ୍ରିୟାରେ ଖାଲି ବଢୁଥିବା ଆୟୁକୁ କମାଇ ପାରିବେନି ବରଂ କମ ବୟସକୁ ବଢାଇବ ପାରିବେ । ୨୦୨୨ ଏପ୍ରିଲରେ ସମାନ କଥା କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ବୈଜ୍ଞନିକମାନେ ମଧ୍ୟ କହିଥିଲେ । ସେମାନେ କହିଥିଲେ, ଏହି ପ୍ରକ୍ରିୟାରେ ବୟସକୁ ୩୦ ବର୍ଷ ପଛକୁ ନିଆଯାଇ ପାରିବ । ପରୀକ୍ଷାମୂଳକଭାବେ ସ୍କିନ ସେଲସକୁ ରିପ୍ରୋଗ୍ରାମ କରାଯାଇଥିଲା ଯଦ୍ୱାରା ଏହା ଅନେକ ବର୍ଷ ପଛକୁ ଚାଲି ଯାଇଥିଲା । ଏହାଦ୍ୱାରା ଶରୀରରେ କୋଲେଜନ ସୃଷ୍ଟି ହୋଇଥାଏ । କୋଲେଜନ ଏମିତି ଏକ ପ୍ରୋଟିନ ଯାହା ଶରୀରକୁ ମଜବୁତ ରଖିବା ସହ ଯୁବ ସୁଲଭ ରଖିଥାଏ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.