ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ଦେଶର ରାମ ମନ୍ଦିର ଗୁଡିକରେ ଶ୍ରୀରାମ ନବମୀ ଉତ୍ସବ ଚାଲିଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରହିଥିବା ଶ୍ରୀରାମ ମନ୍ଦିରରେ ଆଜିଠୁଁ ଆରମ୍ଭ ହେଲା ଶ୍ରୀରାମ ନବମୀ । ଏହା ଆସନ୍ତା ୩୦।୩ ଗୁରୁବାର ଦିନ ପୂର୍ଣ୍ଣାହୂତି ପଡିବ ବୋଲି ଜଣା ପଡ଼ିଛି । ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସଧିକାରୀ ଅକ୍ଷୟ କୁମାର ଗୋଛାୟାତଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଶ୍ରୀରାମ ନବମୀ ଉତ୍ସବ ଚାଲିଥିବା ବେଳେ ଭୋରରୁ ମଙ୍ଗଳ ଆଳତୀ, ବାଳ ଭୋଗ ଓ ସମସ୍ତ ନୀତିକ୍ରାନ୍ତି କରାଯାଇ ସକାଳ ୭ ଘଣ୍ଟା ରୁ ଚାଲିଛି ହୋମ ଘୃତହୂତି । ନର୍ଲା ଡାକ୍ତରଖାନାର ସମସ୍ତ କର୍ମଚାରୀ ଓ ଏନଆରଏଚଏମ କର୍ମଚାରୀଙ୍କ ସହଯୋଗରେ ପୂଜାର୍ଚ୍ଚନା ଚାଲିଛି । ପୂଜାକର୍ତ୍ତା ଭାବରେ କିଶୋର ପାତ୍ର ଦମ୍ପତି ଦାଇତ୍ୱ ନିର୍ବାହନ କରୁଥିବା ବେଳେ ପୂଜକ ପଣ୍ଡିତ ଭାବରେ ନରେଶ ପାଢ଼ୀ ଓ ଶିବାଶିଷ ପାଢ଼ୀ ଦାଇତ୍ୱ ସମ୍ପାଦନ କରୁଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଦୀର୍ଘ ୨୫ ବର୍ଷ ତଳେ ତତ୍କାଳୀନ ଡାକ୍ତର ଡ଼. ବାହିନୀପତିଙ୍କ ଉଦ୍ୟମରେ ନର୍ଲା ଡାକ୍ତରଖାନା ପରିସରରେ ଅନୁଷ୍ଠିତ ହୋଇ ଆସୁଛି ଶ୍ରୀରାମ ନବମୀ । ଏଇଠି ପ୍ରତିବର୍ଷ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଥାଏ ଶ୍ରୀରାମ ନବମୀ । ପ୍ରତ୍ୟହ ପୂଜାର୍ଚ୍ଚନା ପାଇଁ ମଧ୍ୟ ମେଡ଼ିକାଲ କର୍ମଚାରୀ ମାନଙ୍କ ତରଫରୁ ଭୋଗ ଓ ପୂଜକର ବ୍ୟବସ୍ଥା କରାଯାଇଥିବା ନର୍ଲା ବ୍ଲକ ପ୍ରକଳ୍ପ ପରିଚାଳକ ସବୀର ପଧାନ ମତବ୍ୟକ୍ତ କରିଛନ୍ତି ।