ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଗତ ୨୪ ତାରିଖରୁ ୨୧ ଦିନିଆ ଦଣ୍ଡ ଉଠିବା ପରେ ସବୁ ଦଣ୍ଡକାଳୀ ପୀଠ ମାନଙ୍କରେ ଦଣ୍ଡୁଆ ଭକ୍ତ ମାନଙ୍କ ଉପାସନା ଆରମ୍ଭ ହୋଇଥିବା ବେଳେ ଦଣ୍ଡନାଚରେ କମ୍ପୁଛି ସହରଠୁ ପୁରପଲ୍ଲୀ। ନାଟ୍ୟ ଶାଳାରେ କଳାକାରଙ୍କ ଭିଡ ଦେଖିବାକୁ ମିଳୁଛି। ୨୧ ଦିନିଆ ଦଣ୍ଡ ଉଠିବା ପରେ ଲଙ୍ଗଳେଶ୍ୱର, ପଥରା, କେଶପୁର, ଚଣ୍ଡୀ ପୀଠ ଗଣ୍ଡାପଲ୍ଲୀ ପ୍ରଭୃତି ଦଣ୍ଡମାନେ ବିଭିନ୍ନ ସ୍ଥାନରେ ଧୁଳିଆ ଦଣ୍ଡ ଓ ନବରଂଗ ଓ ଦଣ୍ଡ ସୁଆଙ୍ଗ ମଞ୍ଚସ୍ଥ କରୁଥିବା ବେଳେ ବିଭିନ୍ନ ଗ୍ରାମରେ ମାନସିକ ଦଣ୍ଡ ସାଙ୍ଗକୁ ପଂଚୁ ଦଣ୍ଡ ଦଶ ଦଣ୍ଡ ମିଳନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ଦଣ୍ଡନାଚ ବାହାରିବା ପରେ ଭକ୍ତ ମାନେ ମାସାଧିକ ସମୟ ଦଣ୍ଡ ପାଳନ କରୁଛନ୍ତି।