ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଅଧିନ ଗଣ୍ଡାମେର ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ବୈଦ୍ୟନାଥ ବିଦ୍ୟାଳୟକୁ ଅଭିଭାବକ ଓ ଗ୍ରାମବାସୀଙ୍କ ତରଫରୁ ବିଭିନ୍ନ ଦାବି ନେଇ ତାଳା ବନ୍ଦ କରି ଧାରଣା ଦେଇଛନ୍ତି । ସର୍ଗିଗୁଡା ଗାଁ ର ସ୍କୁଲ ଗଣ୍ଡାମେର ଗାଁର ରାଜସ୍ବ ଜମିରେ ନିର୍ମାଣ ହୋଇଥିବା ଯୋଗୁଁ ଦୀର୍ଘ ବର୍ଷ ଧରି ଜମି ବିବାଦ ଲାଗି ରହିଥିବାରୁ ଯେଉଁ ଗାଁ ନାମରେ ସ୍କୁଲ ନାମିତ ହୋଇଛି ସେହି ଗାଁ ର ରାଜସ୍ବ ଜମିରେ ସ୍କୁଲ ନିର୍ମାଣ କରିବା ସହ ସ୍ଥାନାନ୍ତରିତ କରିବା ଦାବୀରେ ଗାଁର ଲୋକେ ତାଳା ବନ୍ଦ କରିଛନ୍ତି, ଘଟଣା ସ୍ଥଳରେ ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁ ଉପସ୍ଥିତ ରହି ବୁଝାସୁଝା କରିଥିବା ଜଣା ପଡିଛି । ଅପରପକ୍ଷରେ ଯଦି ଆମର ଦାବି ପୂରଣ ନ ହୁଏ ତେବେ ଆମ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ବନ୍ଦ କରି ଧାରଣା ଜାରି ରଖିବୁ ବୋଲି ଆନ୍ଦୋଳନକାରୀ ପକ୍ଷରୁ କୁହାଯାଇଛି ।