ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡ଼ ପକ୍ଷରୁ ତୁମୁରା ମଣ୍ଡିଠାରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଡାଇରେକ୍ଟର ପ୍ରମୋଦିନି ରାଉତ, ସମ୍ମନିତ ଅତିଥି ଜିଲ୍ଲା ପରିଷଦ ସଦସ୍ୟା ହେମାଙ୍ଗିନି ରାଉତ, ଗୋଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଜଗୁ ପ୍ରସାଦ ରାଉତ, ସମ୍ପାଦକ କିରଟି ପଧାନ, ଗଣ୍ଡାମେର ସମିତି ସଭ୍ୟ ଦୈତାରି ରାଉତ, ଡାଇରେକ୍ଟର ଦୀନବନ୍ଧୁ ରାଉତ, ପରୀକ୍ଷିତ ନାଏକ, ମାୟାଧର ମାଝୀ, ହେତୁରାମ ମାଝୀ, ନରସିଂହ ମୁଣ୍ଡ, ବ୍ୟାଙ୍କ ପ୍ରତିନିଧି ବିରଞ୍ଚି ନେଗି, ପେକ୍ସ କର୍ମଚାରୀ ନିକାଶ ଖମାରୀ, ଯୁଗେଶ୍ୱର ପୁଟେଲ, ମାନଝରି ସରପଞ୍ଚ ଜଗଜୀବନ ଅଘରିଆ, ଉଦେଶୃଙ୍ଗ ସରପଞ୍ଚ ନାରାୟଣ ଅଘରିଆ ପ୍ରମୁଝ ମଞ୍ଚାସିନ ଥିବା ବେଳେ ସୋସାଇଟି ଡାଇରେକ୍ଟର ପ୍ରସନ୍ନ ରାଉତ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ ଅବଶରରେ ଉପସ୍ଥିତ ଚାଷୀମାନଙ୍କୁ ରାଜ୍ୟ ସରକାରଙ୍କ ସହଜ ସମବାୟ ବ୍ୟାଙ୍କିଙ୍ଗ ସୁବିଧା, କୃଷି ଋଣ ଓ ବିନା ସୁଧରେ କୃଷି ଋଣ ବିଷୟରେ ଆଲୋକପାତ କରାଯାଇଥିଲା ।